ଦୁର୍ଘଟଣାରେ ଚାଲିଗଲା ପ୍ରିଜାଇଡିଂ ଅଫିସରଙ୍କ ଜୀବନ

ମାଲକାନଗିରି: ନିର୍ବାଚନ କାର୍ଯ୍ୟ ସାରି ଫେରୁଥିବାବେଳେ ଦୁର୍ଘଟଣାରେ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ ଘଟିଛି। ମୃତକ ଖଇରପୁଟ ମୁଦୁଲିପଡା ପଂଚାୟତ ବନ୍ଧଗୁଡା ର ଇନ୍ଦ୍ରଜିତ କିର୍ସାନୀ ବୋଲି ଜଣାପଡିଛି। ନିର୍ବାଚନ କାମସାରି ଫେରୁଥିବାବେଳେ ଇନ୍ଦ୍ରଜିତଙ୍କ ବାଇକକୁ ଏକ ଘରୋଇ ବସ୍ ଧକ୍କା ଦେଇଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଓ ସାଥି ଶିକ୍ଷକ ମାନେ ଇନ୍ଦ୍ରଜିତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ଆଣିବା ପରେ ମାଥିଲି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଇନ୍ଦ୍ରଜିତ ମାଲକାନଗିରି ନିର୍ବାଚନ ମଣ୍ଡଳୀ ୧୨୨ ନମ୍ବର ବୁଥ ରେ ପ୍ରିଜାଇଡିଂ ଅଫିରଭାବେ ନିୟୋଜିତ ଥିଲେ। ସୋମବାର ମତଦାନ କାର୍ଯ୍ୟ ଶେଷ କରି ଆଜି ସକାଳୁ ନିଜ ଘର ଖଇରପୁଟ ବ୍ଲକ ଖୁରିଗୁଡା ଗାଁକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି।
Powered by Froala Editor