ରାଜ୍ୟରେ ଦିନ୧୧ଟା ସୁଦ୍ଧା ୨୩.୨୮% ମତଦାନ

ଭୁବନେଶ୍ୱର: ଆଜି ଓଡ଼ିଶାରେ ପ୍ରଥମ ପର୍ୟ୍ୟାୟରେ ରାଜ୍ୟର ୪ଟି ଲୋକସଭା ସହ ୨୮ଟି ବିଧାନସଭା ଲାଗି ଚାଲିଛି ମତଦାନ। ଓଡ଼ିଶାରେ ଆଜି ପ୍ରଥମ ପର୍ୟ୍ୟାୟ ଭୋଟ୍। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ରାଜ୍ୟର ୪ଟି ଲୋକସଭା କ୍ଷେତ୍ର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ହେଉଛି ଭୋଟିଂ। ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୨୩.୨୮ ପ୍ରତିଶତ ମତଦାନ ରହିଛି । କଳାହାଣ୍ଡି ଲୋକସଭା ୨୫.୦୩%, ନବରଙ୍ଗପୁର ୨୫.୩୦%, କୋରାପୁଟ ୨୪.୪୩%, ବ୍ରହ୍ମପୁର ୧୮.୯୯% ମତଦାନ ହୋଇଛି । ଜୟପୁର ବିଧାନସଭା କ୍ଷେତ୍ରରେ ସର୍ବାଧିକ ୩୨.୨୫% ମତଦାନ ହୋଇଛି । ନୂଆପଡ଼ା ବିଧାନସଭାକ୍ଷେତ୍ରରେ ୨୭.୮୮% ମତନାନ ହୋଇଛି ।
ସକାଳ ୯ଟା ସୁଦ୍ଧା ରାଜ୍ୟରେ ମତଦାନର ହାର ୯.୭୫% ରହିଥିଲା । ଏନେଇ ରାଜ୍ୟ ସିଇଓଙ୍କ ପକ୍ଷରୁ ଟ୍ବିଟରରେ ସୂଚନା ଦିଆଯାଇଛି ।
୪ ଲୋକସଭା ଆସନରେ ମୋଟ ୧୨ ରାଜନୈତିକ ଦଳ ପ୍ରାର୍ଥୀ ଲଢୁଥିବା ବେଳେ ପ୍ରତିଦ୍ବନ୍ଦୀଙ୍କ ସଂଖ୍ୟା ରହିଛି ୩୭ । ଏଥିମଧ୍ୟରେ ୩୦ଜଣ ପୁରୁଷ ପ୍ରାର୍ଥୀ ଥିବାବେଳେ ଅବଶିଷ୍ଟ ୭ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ୩ ଆସନ କଳାହାଣ୍ଡି, ବ୍ରହ୍ମପୁର ଓ କୋରାପୁଟରେ ବିଭିନ୍ନ ଦଳରୁ ୧୧ ଲେଖାଏଁ ପ୍ରାର୍ଥୀ ଥିବାବେଳେ ନବରଙ୍ଗପୁରରେ ମାତ୍ର ୪ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।
Powered by Froala Editor