୨ ହସ୍ପିଟାଲ ଉଡ଼ାଇ ଦେବାକୁ ଇମେଲ୍ରେ ଆସିଲା ଧମକ
ରାଜଧାନୀ ଦିଲ୍ଲୀର ଦୁଇଟି ବଡ ହସ୍ପିଟାଲକୁ ବୋମା ଲଗାଇ ଉଡାଇ ଦେବାକୁ ମିଳିଛି ଧମକ। ଇ-ମେଲ୍ ଜରିଆରେ ଏହି ଧମକ ଆସିଛି। ଇ-ମେଲ୍ରେ ଅଭିଯୁକ୍ତମାନେ ଆରବ ଶବ୍ଦ 'ସବାରିଇମ୍' ବ୍ୟବହାର କରିଥିଲେ। ଏହାକୁ ଆଇଏସଆଇଏସ୍ ସହ ଯୋଡା ଯାଇଥିଲା। ଏହାପରେ ଚାରିଆଡେ ଆତଙ୍କ ଖେଳି ଯାଇଛି।
ଏହି ଖବର ସାମ୍ନାକୁ ଆସିବା ପରେ ପୋଲିସ୍ ଛାନଭିନ୍ ଆରମ୍ଭ କରିଦେଇଛି । ଦିଲ୍ଲୀ ପୋଲିସ ଫାୟାର ବିଭାଗକୁ ବି ଏହି ମାମଲାରେ ସୂଚନା ଜାରି କରିଛି । ଘଟଣାସ୍ଥଳରେ ପୋଲିସ ବ୍ୟତିତ ଦମକଳ ବିଭାଗ, ବମ୍ ନିଷ୍କ୍ରିୟକାରୀ ଟିମ୍ ଓ ଡଗ୍ ସ୍କ୍ୱାର୍ଡ ଟିମ୍ ପହଞ୍ଚି ଯାଇଛନ୍ତି । ତେବେ ସର୍ଚ୍ଚ ବେଳେ କୌଣସି ସ୍କୁଲରୁ କିଛି ସନ୍ଦିଗ୍ଧ ଜିନିଷ ମିଳିନଥିଲା।
ଏକ ରିପୋର୍ଟ ଅନୁଯାୟୀ ବୁରାଡୀର ଏକ ସରକାରୀ ହସ୍ପିଟାଲ ଓ ସଞ୍ଜୟ ଗାନ୍ଧୀ ମେମୋରିଆଲ ହସ୍ପିଟାଲ ମଙ୍ଗୋଲପୁରୀକୁ ଏହି ଧମକ ମିଳିଛି । ଡିଏସ୍ପି ସଞ୍ଜୀବ ମୀନାଙ୍କ କହିବା ମୁତାବକ, ପ୍ରଥମେ ରବିବାର ୩ଟା ବେଳେ ବୁରାଡି ହସ୍ପିଟାଲକୁ ଧମକପୂର୍ଣ୍ଣ ଇ-ମେଲ୍ ଆସିଥିଲା। ୪୫ ମିନିଟ୍ ପରେ ସଞ୍ଜୟ ଗାନ୍ଧି ହସ୍ପିଟାଲକୁ ସମାନ ମେଲ୍ ଆସିଥିଲା। ଏନେଇ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପୁଲିସ ଟିମ୍, ବମ ସ୍କ୍ୱାଡ୍, ଦମକଳ ବିଭାଗର ଟିମକୁ ନିୟୋଜିତ କରାଯାଇଛି। ହସ୍ପିଟାଲ ଭିତରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।
Powered by Froala Editor