ନବରଙ୍ଗପୁର ଲୋକସଭା ଆସନ: ଲଢେଇ ମୈଦାନକୁ ଓହ୍ଲାଇଛନ୍ତି ଏହି ତିନି ପ୍ରାର୍ଥୀ

ଭୁବନେଶ୍ୱର:ଆସନ୍ତାକାଲି ଅର୍ଥାତ ରାଜ୍ୟରେ ପ୍ରଥମ ପର୍ୟ୍ୟାୟ ଭୋଟ ପଡିବ । ରାଜ୍ୟର ୪ ସଂସଦୀୟ କ୍ଷେତ୍ର ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ଆସନରେ ମତଦାନ ହେବ ।
ଦକ୍ଷିଣ ଓଡିଶାର ନବରଙ୍ଗପୁର ଆସନ ମଧ୍ୟ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଦଖଲରେ ଥିଲା । ଗତ ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ପ୍ରାୟ ୪୦ ହଜାର ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ ପରାସ୍ତ କରିଥିଲେ । ଚଳିତଥର ଦକ୍ଷିଣ ଓଡିଶାରେ କଂଗ୍ରେସର ବଡ ଚେହେରା କୁହାଯାଉଥିବା ଯୁବନେତା ତଥା ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ ଏବେ ବିଜେଡିରେ ସାମିଲ ହୋଇଛନ୍ତି । ସେ ରମେଶଙ୍କ ସ୍ଥାନରେ ବିଜେଡିର ସାଂସଦ ପ୍ରାର୍ଥୀ ହୋଇଛନ୍ତି । ଗତ ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା ବିଜେପି ଏଥର ବଳଭଦ୍ର ମାଝୀଙ୍କୁ ପ୍ରାର୍ଥୀ କରିଛି । ଏପଟେ କଂଗ୍ରେସ ଭୁଜବଳ ମାଝୀଙ୍କୁ ଲଢେଇ ମୈଦାନକୁ ଓହ୍ଲାଇଛି ।
Powered by Froala Editor