ବିଶ୍ୱବାସୀଙ୍କୁ ଆତଙ୍କିତ କଲାଣି ଲାମ୍ବଡା
ନୂଆଦିଲ୍ଲୀ: ଆଲଫା, ବିଟା, ଗାମା ଓ ଡେଲଟା ଆଦି ଭଳି କରୋନାର ଆଉ ଏକ ପ୍ରକରଣ ଏବେ ବିଶ୍ୱବାସୀଙ୍କୁ ଆତଙ୍କିତ କଲାଣି । ଲାମ୍ବଡା ନାମକ ଏହି ପ୍ରକରଣ ଏବେ ବିଶ୍ୱର ୨୯ ରାଷ୍ଟ୍ରକୁ ବ୍ୟାପିଲାଣି । ବିଶେଷ କରି ଲାଟିନ ଆମେରିକୀୟ ରାଷ୍ଟ୍ର ସମୂହ ସହିତ ଆର୍ଜେଣ୍ଟିନା ଓ ଚିଲିରେ ଏହି ଭୂତାଣୁ ସଂକ୍ରମଣ ଉକ୍ରଟ ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମେ ୨୦୨୦ ଅଗଷ୍ଟରେ ପେରୁରେ ଚିହ୍ନଟ ହୋଇଥିବା ଏହି ଭୂତାଣୁ ସମ୍ପର୍କରେ ‘ହୁ’ ବିଭିନ୍ନ ରାଷ୍ଟ୍ରକୁ ସତର୍କ କରାଇ ଦେଇଛି । ପେରୁରେ ଏହା ୮୧ ପ୍ରତିଶତ ସଂକ୍ରମଣର କାରଣ ହୋଇଛି । ଏହାକୁ ଆଲଫା, ବିଟା, ଗାମା ଓ ଡେଲଟା ପ୍ରକରଣ ସୂଚୀରେ ସ୍ଥାନିତ କରାଯାଇନଥିଲେ ମଧ୍ୟ ଲମ୍ବଡା ସଂକ୍ରମଣ କ୍ଷମତା ଦୃଷ୍ଟିରୁ ଉପରୋକ୍ତ ୪ ପ୍ରକରଣ ଭଳି ବୋଲି କୁହାଯାଇଛି । ଆଗକୁ ଏହା ସାରା ବିଶ୍ୱକୁ ବ୍ୟାପୀପାରେ ବୋଲି ହୁ କହିଛି ।
Powered by Froala Editor