ଲାଞ୍ଚ ମାମଲାରେ ଦୁଇ କାର୍ଡିଓଲଜି ଡାକ୍ତର ସମେତ ୯ ଗିରଫ
କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ(ସିବିଆଇ) ଭ୍ରଷ୍ଟାଚାର ସହ ଜଡିତ ଏକ ମାମଲାରେ ୯ ଜଣଙ୍କୁ ଗିରଫ କରିଛି । ସମସ୍ତ ଅଭିଯୁକ୍ତ ଆରଏମଏଲ୍ ହସ୍ପିଟାଲର। ଏମାନଙ୍କ ମଧ୍ୟରେ ଡାକ୍ତର ବି ସାମିଲ ଅଛନ୍ତି । ଗିରଫ ଦୁଇ ଡାକ୍ତର ହେଲେ ଆର୍ଏମ୍ଏଲ୍ ହସ୍ପିଟାଲର କାର୍ଡିଓଲଜି ବିଭାଗର ଚିକିତ୍ସକ ପର୍ବତ ଗୌଡା ଓ ଅଜୟ ରାଜ। ଏହି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଅନ୍ୟ ସାତ ଜଣଙ୍କ ମଧ୍ୟରେ ବରିଷ୍ଠ ଲ୍ୟାବ୍ ଇନ୍ଚାର୍ଜ ରଜନିଶ କୁମାର ମଧ୍ୟ ଥିବା ଜଣାପଡିଛି।
ଅଭିଯୋଗ ରହିଛି କି ହସ୍ପିଟାଲର କାର୍ଡିଓଲଜି ବିଭାଗର ୨ ଜଣ ଡାକ୍ତର ଖୋଲାଖୋଲି ଲାଞ୍ଚ ମାଗୁଥିଲେ । ଏମାନେ ଆବଶ୍ୟକ ଉପକରଣ ଯୋଗାଣ କରୁଥିବା କମ୍ପାନୀର ପ୍ରତିନିଧିଙ୍କ ଜରିଆରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ରୋଗୀଙ୍କ ଠାରୁ ଅର୍ଥ ଆଦାୟ କରୁଥିଲେ । ଏହି ଦୁଇ ଡାକ୍ତରଙ୍କ ବ୍ୟତିତ ମେଡିକାଲ କମ୍ପାନୀର ପ୍ରତିନିଧି ନରେଶ ନାଗପାଳ, ଅବରାର ଅହମ୍ମଦ, ଆକର୍ଷଣ ଗୁଲାଟୀ, ମୋନିକା ସିଂହ, ଭରତ ସିଂହ ଦଲାଲଙ୍କ ନାମରେ ମଧ୍ୟ ସିବିଆଇ ଏଫଆଇଆର୍ ରୁଜୁ କରିଛି ।
ଡାକ୍ତର ଏମାନଙ୍କ ମେଡିକାଲ୍ ସାମଗ୍ରୀ ପ୍ରମୋଟ୍ ଓ ସପ୍ଲାଏ କରିବା ଲାଗି ଲାଞ୍ଚ ନେଉଥିଲେ । ସେହିପରି ଆରଏମଏଲ୍ର କିରାଣୀ ଭୁବଲ ଜୈସ୍ୱାଲ ଓ ନର୍ସ ଶାଲୁ ଶର୍ମା ରୋଗୀଙ୍କ ଚିକିତ୍ସା ନାମରେ ସେମାନଙ୍କ ଠାରୁ ଲାଞ୍ଚ ନେଉଥିଲେ ।
Powered by Froala Editor