ଅଭିନେତ୍ରୀ କନକଲତାଙ୍କର ଦେହାନ୍ତ, ଏହି ଗୁରୁତର ରୋଗରେ ପୀଡିତ ଥିଲେ
ମାଲୟାଲମ ଟିଭି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ କନକଲତାଙ୍କର ପରଲୋକ ଘଟିଛି । ସେ ତିରୂବନ୍ତପୁରମରେ ଥିବା ନିଜ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କ ୬୩ ବର୍ଷ ହୋଇଥିଲା।
ଗତ ୩ ବର୍ଷ ହେଲାଣି ସେ ଡିଂମେସିୟା ନାମକ ରୋଗରେ ପୀଡିତ ଥିଲେ । ତାଙ୍କୁ ବର୍ଷ ବର୍ଷ ଧରି ନିଦ ଆସୁନଥିଲା । ଗତ ବର୍ଷ ତାଙ୍କ ଭଉଣୀ ବିଜୟମ୍ମା କନକଲତାଙ୍କର ଏହି ରୋଗ ବିଷୟରେ ଖୁଲାସା କରିଥିଲେ । ଯାହାର ଲକ୍ଷଣ ୨୦୨୧ ମସିହାରେ ସାମ୍ନାକୁ ଆସିଥିଲା । ତାଙ୍କ ମସ୍ତିଷ୍କ ସଙ୍କୁଚିତ ହେବାକୁ ଲାଗିଥିଲା। ଅଗଷ୍ଟ ୨୦୨୨ରେ ଡାକ୍ତର ଯେବେ ତାଙ୍କର ଏମଆରଆଇ ସ୍କାନ କରିଥିଲେ, ସେତେବେଳେ ରିପୋର୍ଟରେ ଡିଂମେସିୟା ରୋଗ ହେବାର ଖୁଲାସା ହୋଇଥିଲା ।
କନକଲତା ପ୍ରାୟ ୩୮ ବର୍ଷ ଅଭିନୟ କ୍ଷେତ୍ରରେ କାର୍ଯ୍ୟ କରିଥିଲେ। ସେ ୧୯୭୯ରେ ଫିଲ୍ମରେ ଅଭିନୟ କରିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ‘ଅନାରର୍ଥୁପଟ୍ଟୁ’, ଯଦିଓ ଏହି ଚଳଚ୍ଚିତ୍ର କେବେ ରିଲିଜ ହୋଇ ନ ଥିଲା। ଏହା ପରେ ସେ ‘ଚିଲୁ’ ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ। ଏହି ଅଭିନେତ୍ରୀ ମାଲାୟାଲମ ଏବଂ ତାମିଲରେ ୩୬୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି । କନକଲତାଙ୍କୁ ଶେଷ ଥର ପାଇଁ ‘ପୁକ୍କାଲମ’ରେ ଦେଖିବାକୁ ମିଳିଥିଲା।
Powered by Froala Editor