ଗଣିତରେ ୨୦୦ରୁ ମିଳିଲା ୨୧୨ ନମ୍ବର

ଗୁଜରାଟର ଡାହୋଡ ଜିଲାରେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ପରୀକ୍ଷାରେ ୨୦୦ରୁ ୨୧୨ ନମ୍ବର ଦିଆଯାଇଛି। ବଂଶୀବେନ୍ ମନିଶଭାଇ ନାମ୍ନୀ ଏହି ଛାତ୍ରୀଙ୍କୁ ଗଣିତ ବିଷୟରେ ମୋଟ ୨୦୦ ମାର୍କରୁ ୨୧୨ ମାର୍କ ଓ ଗୁଜରାଟୀ ବିଷୟରେ ମୋଟ ୨୦୦ ମାର୍କରୁ ୨୧୧ ମାର୍କ ମିଳିଛି । ଅର୍ଥାତ ଦୁଇଟି ବିଷୟରେ ଛାତ୍ରୀଙ୍କୁ ୪୦୦ରୁ ଅଧିକ ମାର୍କ ମିଳିଛି । ତେବେ ଛାତ୍ରୀଙ୍କ ଏହି ମାର୍କ ଶିଟ୍ ଭାଇରାଲ ହେବା ପରେ ଘଟଣାର ତଦନ୍ତ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ତେବେ ରେଜଲ୍ଟ ପ୍ରସ୍ତୁତ କରିବା ସମୟରେ ଭୁଲ୍ ହୋଇଥିବା ନେଇ ପରେ ଜଣାପଡ଼ିଥିଲା । ତ୍ରୁଟି ନଜରକୁ ଆସିବା ପରେ ଫଳାଫଳକୁ ସଂଶୋଧନ କରାଯାଇ ଗୁଜରାଟୀରେ ୧୯୧ ଏବଂ ଗଣିତରେ ୧୯୦ ନମ୍ବର ଦିଆଯାଇଛି। ଏପରି ଭାବେ ନୂଆ ରେଜଲ୍ଟରେ ଛାତ୍ରଙ୍କୁ ମୋଟ ୧୦୦୦ ମାର୍କରୁ ୯୩୪ ନମ୍ବର ମିଳିଥିଲା । ଛାତ୍ରୀ ଜଣଙ୍କ ତାଙ୍କର ରେଜଲ୍ଟ ତାଙ୍କ ଅଭିଭାବକଙ୍କୁ ଦେଖାଇବା ପରେ ଏହି ତ୍ରୁଟି ସାମ୍ନାକୁ ଆସିଥିଲା । ଭବିଷ୍ୟତରେ ଏଭଳି ତ୍ରୁଟିକୁ ସୁଧାରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି ।
Powered by Froala Editor