ଯଦି ନିର୍ବାଚନ ଜିତିବି ବଲିଉଡ ଛାଡ଼ିଦେବି

ବଲିଉଡ କୁଇନ କଙ୍ଗନା ରାଣାୱତ ଚଳିତଥର ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଛନ୍ତି। ହିମାଞ୍ଚଳ ପ୍ରଦେଶର ମଣ୍ଡି ଲୋକସଭା ନିର୍ବାଚନମଣ୍ଡଳୀରୁ ତାଙ୍କୁ ଟିକେଟ ମିଳିଛି।ଯଦି ସେ ନିର୍ବାଚନ ଜିତନ୍ତି ତେବେ ବଲିଉଡ ଛାଡି ଦେବେ। ପୂରାପୁରି ରାଜନୀତିରେ ସକ୍ରିୟ ରହି ଲୋକଙ୍କ ପାଇଁ କାମ କରିବେ। ଏକ ସାକ୍ଷାତକାର୍ରେ ଏଭଳି କିଛି ଘୋଷଣା କରିଛନ୍ତି ଖୋଦ୍ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ।
କଙ୍ଗନା କହିଛନ୍ତି ଯେ, ଯଦି ସେ ନିର୍ବାଚନ ଜିତନ୍ତି ତେବେ ଧୀରେ ଧୀରେ ବଲିଉଡକୁ ବାଏ ବାଏ କହିବେ। କାରଣ ସେ କେବଳ ଗୋଟିଏ କାମ ଉପରେ ଧ୍ୟାନ ଦେବାକୁ ଚାହାଁନ୍ତି। ଲୋକେ ଯଦି ମୋ ସହ ଯୋଡି ହେବାକୁ ଚାହାନ୍ତି ତେବେ ମୁଁ କେବଳ ରାଜନୀତି ହିଁ କରିବି। କହିବାକୁ ଗଲେ ଗୋଟେ ସମୟରେ ମୁଁ କେବଳ ଗୋଟିଏ ହିଁ କାମ କରିବାକୁ ଚାହେଁ ବୋଲି କଙ୍ଗନା କହିଛନ୍ତି।
କଙ୍ଗନା ଆଶା ରଖିଛନ୍ତି ଚଳିତ ଲୋକସଭା ନିର୍ବାଚନରେ ସେ ନିଶ୍ଚୟ ବିଜୟୀ ହେବେ। କଙ୍ଗନା ନିକଟରେ ରାଜନୀତି, ସିନେମା ଓ ଲୋକସଭା ନିର୍ବାଚନକୁ ନେଇ ଖୋଲାଖୋଲି ଆଲୋଚନା କରିଛନ୍ତି। କଙ୍ଗନା କହିଛନ୍ତି ମୁଁ ଯେଉଁ କ୍ଷେତ୍ରରେ ପାଦ ଦିଏ ତାହାକୁ ମନପ୍ରାଣ ଦେଇ କରେ। ଲୋକେ ମୋତେ ରାଜନୀତିକୁ ଓହ୍ଲାଇଛନ୍ତି ଓ ଆଗକୁ ଯଦି ସେମାନେ ନେବାକୁ ଚାହିଁବେ ତେବେ ମୁଁ ରାଜନୀତି ହିଁ କରିବି। କାରଣ ଏକାସାଙ୍ଗରେ ଦୁଇଟି କ୍ଷେତ୍ରରେ କାମ କଲେ ତାହାର ମାନ ବଜାୟ ରହିବ ନାହିଁ।
Powered by Froala Editor