୫ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଲେ ମହିଳା, ଦେଖିବାକୁ ଲୋକଙ୍କ ଭିଡ଼

ବିହାରର କିଶାନଗଞ୍ଜରେ ଦେଖିବାକୁ ମିଳିଛି ଏକ ବିରଳ ଘଟଣା। ଜଣେ ମହିଳା ଏକା ସାଙ୍ଗରେ ପାଞ୍ଚଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଏ ଘଟଣା ପ୍ରଘଟ ହେବାପରେ ମା’ ଓ ଶିଶୁଙ୍କୁ ଦେଖିବା ପାଇଁ ଡାକ୍ତରଖାନାରେ ଲୋକଙ୍କ ଭିଡ଼ ଲାଗିଛି।। ସବୁଠୁ ବଡ଼ କଥା ହେଉଛି କି ମାଆ ସମେତ ସମସ୍ତ ଶିଶୁ ମଧ୍ୟ ସୁସ୍ଥ ଅଛନ୍ତି।
ସୂଚନାନୁସାରେ, ପାଞ୍ଚ ଶିଶୁଙ୍କୁ ଜନ୍ମ ଦେଇଥିବା ମହିଳା ହେଉଛନ୍ତି ୨୭ ବର୍ଷୀୟ ତାହେରା ବେଗମ୍। ସେ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଇସଲାମପୁରର ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲେ। ସେଠାରେ ସେ ଏକା ସାଙ୍ଗରେ ପାଞ୍ଚଟି ଶିଶୁକନ୍ୟାଙ୍କୁ ଜନ୍ମ ଦେଇଛନ୍ତି।
ତେବେ ଗର୍ଭାବସ୍ଥା ସମୟରେ ଡାକ୍ତର ପରୀକ୍ଷା କରି ଜାଣିଥିଲେ ଯେ ତାହେରାଙ୍କ ଗର୍ଭରେ ୫ଟି ସନ୍ତାନ ଅଛନ୍ତି। କିନ୍ତୁ ପ୍ରସବ ସମୟରେ ୫ଟି ଶିଶୁ ଏକାସାଙ୍ଗରେ ଜନ୍ମ ନେବା ସହିତ ମା’ ଓ ଶିଶୁ ଉଭୟ ସୁସ୍ଥ ରହିବା ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଛନ୍ତି।
Powered by Froala Editor