ଗୁପ୍ତାଙ୍ଗରେ କ୍ରିକେଟ ବଲ୍ ବାଜି ୧୧ ବର୍ଷ ବାଳକର ମୃତ୍ୟୁ

ମହାରାଷ୍ଟ୍ରର ପୁଣେରେ କ୍ରିକେଟ ଖେଳୁଥିବା ବେଳେ ଜଣେ ବାଳକଙ୍କ ଗୁପ୍ତାଙ୍ଗରେ ବଲ ବାଜିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ମୃତ ବାଳକଙ୍କ ନାମ ସୌର୍ଯ୍ୟ ଓରଫ ସମ୍ଭୁ କାଲିଦାସ ଖାଣ୍ଡୱେ ।
ସୂଚନାମୁତାବକ, ପୁଣେର ଲୋହଗ୍ରାମରେ ୧୧ ବର୍ଷୀୟ ସୌର୍ଯ୍ୟ କ୍ରିକେଟ ଖେଳିବାକୁ ଯାଇଥିଲେ। ସେଠାରେ ସେ ବଲିଂ କରୁଥିବା ବେଳେ ତାଙ୍କର ସାଙ୍ଗ ବ୍ୟାଟିଂ କରୁଥିଲେ। ସୌର୍ଯ୍ୟ ଯେମିତି ବଲ ପିଙ୍ଗିଛନ୍ତି ସାଙ୍ଗ ଜଣକ ଅଜଣାରେ ସୌର୍ଯ୍ୟ ଆଡକୁ ବଲ ମାରିଥିଲେ। ଫଳରେ ବଲଟି ସୌର୍ଯ୍ୟଙ୍କ ଗୁପ୍ତାଙ୍ଗରେ ଆସି ବାଜିଥିଲା। ଫଳରେ ସେ ତଳେ ପଡ଼ି ଛଟପଟ ହୋଇଥିଲେ। ଏହି ପୂରା ଘଟଣା ସିସିଟିଭିରେ କଏଦ ହୋଇଛି। ସାଥୀ ଖେଳାଳିମାନେ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଅର ଏପରି ମୃତ୍ୟୁକୁ ପରିବାର ଲୋକେ ସହଜେ ଗ୍ରହଣ କରି ପାରୁ ନାହାନ୍ତି।
Powered by Froala Editor