ବେସାହାରାଙ୍କ ନିକଟରେ ସାହା ହେଲେ ସୋଆ ଏନସିସିର ସ୍ୱେଚ୍ଛାସେବୀ
ଭୁବନେଶ୍ୱର : କୋଭିଡ ମହାମାରୀର କରାଳଛାୟା ମଧ୍ୟରେ ବେସାହାରାଙ୍କ ନିକଟରେ ସାହା ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏନସିସିର ସ୍ୱେଚ୍ଛାସେବୀ।
ଏନସିସିର ଏକ ଟିମ କଟକରେ ଏକ ଡିଜିଟାଲ୍ ହେଲ୍ପ ଡେସ୍କ ପ୍ରସ୍ତୁତ କରି ବେସାହାରାଙ୍କୁ ସାହାଯ୍ୟ କରିଛନ୍ତି । ମିଶନ୍ “ଏନସିସି ୟୋଗଦାନ” ମାଧ୍ୟମରେ ପ୍ରାୟ ଏକ ମାସ ଏହି ଟିମ ନିରବଚ୍ଛିନ୍ନ ଭାବେ ଅକ୍ସିଜେନ୍ ସିଲିଣ୍ଡର ଯୋଗାଇଦେବା ସହ ହସ୍ପିଟାଲରେ ଆଇସିୟୁ ବେଡ୍ ଉପଲବ୍ଧ ଥିବା ସମ୍ପର୍କରେ ସୂଚନା, ଆମ୍ବୁଲାନ୍ସ ବ୍ୟବସ୍ଥା କରିବା ସହ ଘରମାନଙ୍କୁ ଔଷଧ ଏବଂ ଖାଦ୍ୟ ଯୋଗାଇ ଦେବା ଭଳି କାର୍ଯ୍ୟ କରୁଛନ୍ତି ।
କମାଣ୍ଡିଂ ଅଫିସର ଲେଫ୍ଟନାଂଟ କର୍ଣ୍ଣେଲ୍ ଉମେଶ ମାରୱାଙ୍କ ନେତୃତ୍ୱରେ କଟକ ଗ୍ରୁପ୍ ହେଡକ୍ୱାର୍ଟରରେ ଏହି କାର୍ଯ୍ୟ ଜାରି ରହିଛି ।
ସୋଆ ପରିଚାଳିତ ଇନଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ଏବଂ ଆର୍ଯ୍ୟନ୍ କଲେଜ ମିଳିତ ଟିମ୍ ବର୍ତମାନ ପର୍ଯ୍ୟନ୍ତ ୭୦ ଜଣ କୋଭିଡ୍ ସଂକ୍ରମିତଙ୍କୁ ସାହାଯ୍ୟ କରିସାରିଛନ୍ତି ।
ଏହି ଟିମ୍ରେ ଏଏନ୍ଓ ଲେଫ୍ଟନାଂଟ ସଚିଦାନନ୍ଦ ସାହୁ , ଏଏନ୍ଓ ଲେଫ୍ଟନାଂଟ ରୁଦ୍ର ପ୍ରକାଶ ନନ୍ଦ, କ୍ୟାଡେଟ୍ ସିନିୟର ଅଣ୍ଡର ଅଫିସର ଅଙ୍କିତ୍ ରାଜ ବିଶ୍ୱାଳ, ଜୁନିଅର ଅଣ୍ଡର ଅଫିସର ଅନିକେତ ନାୟକ, ଜୁନିୟର ଅଣ୍ଡର ଅଫିସର ବିଶାନ୍ତ ନାୟକ ଏବଂ ଅଣ୍ଡର ଅଫିସର ସିଦ୍ଧାନ୍ତ ଶେଖର ସାମିଲ୍ ଅଛନ୍ତି ।
Powered by Froala Editor