ପଏଜନ ହୋଇଗଲା ଚିକେନ ସୋର୍ମା, ୧୨ ଗୁରୁତର

ମୁମ୍ବାଇର ଗୋରେଗାଓଁ ଅଞ୍ଚଳରେ ଏକ ଆମିଷ ଖାଦ୍ୟ ଦୋକାନରେ ଚିକେନ୍ ସୋର୍ମା ଖାଇବା ପରେ ୧୨ ଜଣ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ ଶୁକ୍ରବାର ଦିନ ଗୋରେଗାଓଁ (ପୂର୍ବ) ର ସନ୍ତୋଷ ନଗର ଅଞ୍ଚଳର ସାଟେଲାଇଟ୍ ଟାୱାରରେ ଚିକେନ୍ ସୋର୍ମା ଖାଇବା ପରେ ଏହି ଘଟଣା ଘଟିଥିବା ସେ କହିଛନ୍ତି। ଶୁକ୍ରବାର ଦିନ ଏବଂ ଶନିବାର ଦିନ ଖାଦ୍ୟ ବିଷାକ୍ତ ହୋଇ ଯାଇଥିବା ୧୨ ଜଣ ଲୋକ ଅଭିଯୋଗ କରିଥିଲେ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩ ଜଣ ଏବେବି ଚିକିତ୍ସିତ ଅଛନ୍ତି। ଫୁଡ୍ ପଏଜନିଂ ଯୋଗୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିବା ଅଧିକାରୀ ସୂଚନା ଦେଇଛନ୍ତି।
Powered by Froala Editor