ବେଆଇନ ଚାଲାଣ ବେଳେ ଉଦ୍ଧାର ହେଲେ ୯୫ ଶିଶୁ
ନୂଆଦିଲ୍ଲୀ: ବେଆଇନ ଭାବେ ଚାଲାଣ ହେଉଥିବା ୯୫ ଜଣ ଶିଶୁଙ୍କୁ ଉଦ୍ଧାର କରିଛି ଉତ୍ତରପ୍ରଦେଶ ଶିଶୁ ଆୟୋଗ। ବିହାରରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିବା ବେଳେ ଚଢାଉ କରି ଆୟୋଗ ୯୫ ଜଣଙ୍କୁ ଉଦ୍ଧାର କରିଛି।
ଅଯୋଧ୍ୟା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ କହିଛନ୍ତି ଯେ, କିଛି ପିଲାଙ୍କୁ ବେଆଇନ ଭାବେ ଚାଲାଣ ହେଉଥିବା ନେଇ ରାଜ୍ୟ ଶିଶୁ ଆୟୋଗ ସଦସ୍ୟ ସୁଚିତ୍ରା ଚତୁର୍ବେଦୀ ସୂଚନା ଦେଇଥିଲେ। ବିହାରରୁ ପିଲାମାନଙ୍କୁ ବେଆଇନ ଭାବେ ସାହାରନପୁରକୁ ଚାଲାଣ କରାଯାଉଥିବା ଜଣାପଡିଥିଲା। ଏହି ସମୟରେ ଚଢାଉ କରି ଆମେ ପିଲାମାନଙ୍କୁ ଉଦ୍ଧାର କରିଛି। ପିଲାମାନଙ୍କୁ ଖାଦ୍ୟ ଓ ଚିକିତ୍ସା ଯୋଗାଇ ଦିଆଯାଇଛି। ସମସ୍ତ ଉଦ୍ଧାର ହୋଇଥିବା ପିଲାମାନଙ୍କ ବୟସ ୪-୧୨ ବର୍ଷ ହେବ ବୋଲି ଅଯୋଧ୍ୟା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ କହିଛନ୍ତି।
Powered by Froala Editor