ଜଙ୍ଗଲରେ ବଡଧରଣର ଅଗ୍ନିକାଣ୍ଡ
ପାଟଣା : ଗୋଟିଏ ଦିନରେ ପାଟଣା ଅଞ୍ଚଳରେ ୪ଟି ସ୍ଥାନରେ ବନାଗ୍ନି ନିୟନ୍ତ୍ରଣ କରିବାକୁ ଯାଇ ପାଟଣା ଅଗ୍ନିଶମ ବାହିନୀକୁ ନାକେଦମ ହେବାକୁ ପଡ଼ିଛି। ରାଜନଗର ଇଉକାଲିପଟାସ ଜଙ୍ଗଲରେ ବଡଧରଣର ଅଗ୍ନିକାଣ୍ଡ ଘଟି ନିଆଁ ଗ୍ରାମକୁ ମାଡି ଆସୁଥିବା ସମୟରେ କର୍ମଚାରୀ ମାନେ ନିଆଁକୁ ଆୟତ୍ତ କରିଛନ୍ତି। ସେହିପରି ସିଲିପଦା ଇଉକାଲିପଟାସ ଜଙ୍ଗଲ ଓ ପୁଟୁଳିଆ ଇଉକାଲିପଟାସ ଜଙ୍ଗଲରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି। ପାଟଣା ଆନନ୍ଦେଶ୍ୱର ମନ୍ଦିର ପାଖ ପୁଟୁସି ଲଟାରେ ନିଆଁ ଲାଗିଥିବା ବେଳେ ତାକୁ ମଧ୍ୟ ଅଗ୍ନିଶମ ବାହିନୀ ଆୟତ୍ତ କରିଛି ।
Powered by Froala Editor