ଚାଷୀଙ୍କ ନିଦ ହଜାଇ ଦେଇଛନ୍ତି ହାତୀ ପଲ, ନଷ୍ଟ କରିଛନ୍ତି ଏକର ଏକର ଫସଲ
ବାଲେଶ୍ୱର: ବସ୍ତା ବ୍ଲକ ସଦାନନ୍ଦପୁର ଗାଁରେ ମାତିଛନ୍ତି ୫୦ଟିକିଆ ହାତୀ ପଲ। ଚାଷୀଙ୍କ ନିଦ ହଜାଇବା ସହ ଏକର ଏକର ଫସଲ ନଷ୍ଟ କରିଛନ୍ତି। ଗାଁରେ ପ୍ରାୟ ୧୫ରୁ ୨୦ ଏକର ଜମିରେ ହାତୀପଲ ପଶି ବ୍ୟାପକ ଫସଲ ନଷ୍ଟ କରିଥିବା ସୂଚନା ମିଳିଛି। ମୟୂରଭଞ୍ଜ ବାଲେଶ୍ୱର ଜିଲ୍ଲା ସୀମାନ୍ତ ଜଙ୍ଗଲରେ ୫୦ଟିକିଆ ହାତୀ ପଲ ଗାଁ ମୁହାଁ ହେଉଛନ୍ତି। ଦିନରେ ଜଙ୍ଗଲରେ ରହିଥିବା ବେଳେ ରାତିରେ ଗାଁରେ ପଶି ଫସଲ ସବୁ ନଷ୍ଟ କରୁଛନ୍ତି। ଗ୍ରାମବାସୀମାନେ ଏହାକୁ ନେଇ ଚିନ୍ତାରେ ଥିବାବେଳେ ଚାଷୀମାନେ କ୍ଷତିପୂରଣ ଦାବି କରିଛନ୍ତି।
Powered by Froala Editor