ବିଦେଶୀ ଜାହାଜରୁ ମିଳିଲା ଶ୍ରମିକଙ୍କ ମୃତଦେହ
ପାରାଦୀପ: ବିଦେଶୀ ଜାହାଜରୁ ମିଳିଲା ଶ୍ରମିକଙ୍କ ମୃତଦେହ। ପାରାଦୀପ ପୋର୍ଟ ଏସକ୍ୟୁ ବର୍ଥରେ ଲାଗିଛି ଜାହାଜ । ଶ୍ରମିକଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବାବେଳେ ଜାହାଜର ହାଚରେ ଶ୍ଵାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ପଣ୍ୟ ଖଲାସ ପରେ ଶ୍ରମିକ ଜଣଙ୍କ ହାଚରୁ ବାହାରିବା ପୂର୍ବରୁ ହାଚ କଭର୍ ପକାଇ ଦିଆଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅନ୍ୟ ସାଥୀ ଶ୍ରମିକ ମାନେ ସନ୍ଦେହ କରୁଛନ୍ତି। ଶ୍ରମିକ ଜଣକ ସ୍ଥାନୀୟ ଏକ ଷ୍ଟିଭେଡର ସଂସ୍ଥା ଅଧୀନରେ କାମ କରୁଥିଲେ। ତାଙ୍କ ଘର ବଡମ୍ବା ଅଞ୍ଚଳର ବୋଲି ସୂଚନା ମିଳିଛି।
Powered by Froala Editor