ମହାମାରୀ ବେଳେ ବି ବଢ଼ିଲା ଭାରତୀୟଙ୍କ ଧନ : ୧୩ ବର୍ଷର ରେକର୍ଡ ଭାଙ୍ଗିଲା ସୁଇସ୍ ବ୍ୟାଙ୍କରେ ଜମାରାଶି
କରୋନା ମହାମାରୀ ସମୟରେ ବି ସୁଇସ ବ୍ୟାଙ୍କରେ ଭାରତୀୟଙ୍କ ଧନ ବଢ଼ିବାରେ ଲାଗିଛି । ୨୦୨୦ରେ ଏହା ୨୦,୭୦୦ କୋଟି ଟଙ୍କାକୁ ଛୁଇଁଛି । ଗତ ୧୩ ବର୍ଷ ମଧ୍ୟରେ ଏହା ସର୍ବାଧିକ । ସ୍ୱିସ ବ୍ୟାଙ୍କରେ ଜମା କଳାଧନ ଫେରାଇ ଆଣିବାକୁ ମୋଦି ସରକାର ପ୍ରତିଶ୍ରୁତି ଦେଇଥିଲେ ହେଁ ଏହାର କୌଣସି ସୁଫଳ ଦେଖିବାକୁ ମିଳିନାହିଁ। ୨୦୧୯ ତୁଳନାରେ ଏହା ୨୧୨ ପ୍ରତିଶତ(୩.୧୨ ଗୁଣ) ବଢ଼ିଛି ।
ଗୁରୁବାର ସ୍ୱିଜରଲ୍ୟାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଜାରି ବାର୍ଷିକ ରିପୋର୍ଟରୁ ଏପରି ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଲଗାତାର ଦୁଇ ବର୍ଷ ଧରି ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ରାଶି ହ୍ରାସ ଘଟିଥିଲା। ୨୦୧୯ ଶେଷ ବେଳକୁ ସ୍ୱିସ୍ ବ୍ୟାଙ୍କରେ ଭାରତୀୟ ଓ ଭାରତୀୟ କମ୍ପାନୀର ଜମା ରାଶି ୮୯୯ ନିୟୁତ ସ୍ୱିସ ଫ୍ରାଙ୍କ ବା ୬୬୨୫ କୋଟି ଥିଲା। ତେବେ ଏହା ଏବେ ୧୩ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚି ଯାଇଛି।
୨୦୦୬ ମସିହାରେ ସ୍ୱିସ ବ୍ୟାଙ୍କରେ ଭାରତୀୟଙ୍କ ଜମା ରାଶି ରେକର୍ଡ ୬.୫ ବିଲିୟନ ସ୍ୱିସ୍ ଫ୍ରାଙ୍କ୍ ରହିଥିଲା। ୨୦୧୧, ୨୦୧୨ ଓ ୨୦୧୭କୁ ବାଦ ଦେଲେ ଆଉ ସବୁବେଳେ ଏହା ହ୍ରାସ ଘଟିଥିଲା। ୨୦୨୦ରେ ସ୍ୱିସ ବ୍ୟାଙ୍କରେ ଥିବା ୨୦,୭୦୦ କୋଟି ମଧ୍ୟରୁ କଷ୍ଟମ ଡିପୋଜିଟ୍ ଭାବେ ୪୦୦୦ କୋଟି ଟଙ୍କା, ଅନ୍ୟ ବ୍ୟାଙ୍କଗୁଡ଼ିକ ଜରିଆରେ ୩୧୦୦ କୋଟି ଟଙ୍କା, ଟ୍ରଷ୍ଟ ମାଧ୍ୟମରେ ୧୬.୫ କୋଟି, ବଣ୍ଡ, ସିକ୍ୟୁରିଟିଜ୍ ଓ ଅନ୍ୟାନ୍ୟ ମାଧ୍ୟମରେ ୧୩୫୦୦ କୋଟି ଟଙ୍କା ରଖାଯାଇଛି।
ତେବେ କଷ୍ଟମର ଡିପୋଜିଟି ହ୍ରାସ ପାଇଛି । ସୁଇଜରଲାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ(ଏସଏନବି) ଦ୍ୱାରା ଜାରି କରାଯାଇଥିବା ବାର୍ଷିକ ରିପୋର୍ଟରେ ୨୦୨୦ ପୂର୍ବରୁ ୨ ବର୍ଷ ଧରି ଜମା ରାଶିରେ ହ୍ରାସ ପାଇଥିଲା ।
Powered by Froala Editor