ଦେଶରେ ହ୍ରାସ ପାଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା!

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ ତାଳ ଦେଇ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ବା ଆପ୍ରୁଭାଲ ପଏଣ୍ଟ ମଧ୍ୟ ଖସିବାରେ ଲାଗିଛି। ବର୍ଷକ ମଧ୍ୟରେ ମୋଦିଙ୍କ ଆପ୍ରୁଭାଲ ୨୦ ପଏଣ୍ଟ ହ୍ରାସ ପାଇଥିବା ଆମେରିକାର ଗୋଟିଏ ସର୍ଭେ ସଂସ୍ଥା ରିପୋର୍ଟ ପ୍ରକାଶ କରିଛି।
୨୦୧୯ ଅଗଷ୍ଟରେ ଯେତେବେଳେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ଏହାକୁ ଦୁଇ ଭାଗ କଲେ ସେତେବେଳେ ମୋଦିଙ୍କ ଲୋକପ୍ରିୟତା ୮୨% ଥିଲା। କିନ୍ତୁ ଏବେ ଏହା ୬୬%କୁ ଖସି ଆସିଛି। ବିଶ୍ୱସ୍ତରୀୟ ନେତାଙ୍କ ଲୋକପ୍ରିୟତାକୁ ଟ୍ରାକ କରୁଥିବା ଆମେରିକୀୟ ସଂସ୍ଥା ମର୍ଣ୍ଣିଂ କନସଲ୍ଟ ଏପରି ରିପୋର୍ଟ ଦେଇଛି।
Powered by Froala Editor