ଭ୍ରୂଣ ପରୀକ୍ଷା ରାକେଟ୍ର ପର୍ଦ୍ଦାଫାଶ, ୩ ଗିରଫ
ଲକ୍ଷ୍ନୌ: ଚଳନ୍ତା କାର୍ରେ ହେଉଥିଲା ଗର୍ଭବତୀଙ୍କ ଭ୍ରୂଣ ପରୀକ୍ଷା। ଏହି ଲିଙ୍ଗ ପରୀକ୍ଷା ବଦଳରେ ଗ୍ରହକଙ୍କ ଠାରୁ ଲୁଟୁ ଥିଲେ ପୁଳା ପୁଳା। କାର୍ ଭିତରେ ପୋର୍ଟେବୁଲ ଅଲ୍ଟ୍ରାସାଉଣ୍ଡ ମେସିନ୍ ଲଗାଇ ଗର୍ଭବତୀଙ୍କ କରୁଥିଲେ ଯାଞ୍ଚ। ଏଭଳି ଏକ ଭ୍ରୂଣ ପରୀକ୍ଷା ରାକେଟ୍ର ପର୍ଦ୍ଦାଫାଶ ହୋଇଛି। ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଉତ୍ତରପ୍ରଦେଶର ମେରଠରୁ ସାମ୍ନାକୁ ଆସିଛି ଏଭଳି କିଛି ଘଟଣା।
ଉତ୍ତରପ୍ରଦେଶର ମେରଠରେ କିଛି ଦୁର୍ବୃତ୍ତ କାର୍ ଭିତରେ ପୋର୍ଟେବୁଲ ଅଲ୍ଟ୍ରାସାଉଣ୍ଡ ମେସିନ୍ ଲଗାଇ ଭ୍ରୂଣ ପରୀକ୍ଷା କରୁଥିଲେ। ଏଥିପାଇଁ ଗ୍ରାହକଙ୍କ ଠାରୁ ସେମାନେ ପୁଳାପୁଳା ଟଙ୍କା ମଧ୍ୟ ନେଉଥିଲେ। କାର୍ ଭିତରେ ଚାଲିଥିବା ସମସ୍ତ କାରବାର। ଯେପରି ଧରା ନ ପଡିବେ ସେଥିପାଇଁ ଚଳନ୍ତା କାର୍ରେ ଭିତରେ ଗର୍ଭବତୀଙ୍କ ପରୀକ୍ଷା କରାଯାଉଥିଲା। ଯାଞ୍ଚ ବେଳେ ଏହି କଥା ସାମ୍ନାକୁ ଆସିଛି।
Powered by Froala Editor