ଆମେରିକା ଯିବେ ରଜନୀକାନ୍ତ
ନୂଆଦିଲ୍ଲୀ : ନିତ୍ୟ ଚିକିସ୍ବା ଯାଞ୍ଚ ପାଇଁ ଏହି ଶନିବାର ଆମେରିକା ଯିବେ ଭାରତର ମେଗାଷ୍ଟାର ରଜନୀକାନ୍ତ । କରୋନା ମହାମାରୀ କାରଣରୁ ସେ କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ମାଗିବା ପରେ, ତାଙ୍କୁ ଅନୁମତି ମିଳି ଯାଇଛି । ଏହି ପରିସ୍ଥିତିରେ ରଜନୀକାନ୍ତ ଶନିବାର ଦିନ ତାଙ୍କର ଡାକ୍ତରୀ ଯାଞ୍ଚ କରିପାରିବେ ।
ଖବର ଅନୁଯାୟୀ, ଏକ ସ୍ବତନ୍ତ୍ର ବିମାନ ଯୋଗେ ସେ ଆମେରିକା ଯିବେ । କିଛି ବର୍ଷ ପୂର୍ବରୁ ରଜନୀକାନ୍ତଙ୍କର କିଡନୀ ସର୍ଜରୀ ହୋଇଥିଲା । ଯେଉଁ ଡାକ୍ତର ତାଙ୍କର ସର୍ଜରୀ କରିଥିଲେ, ତାଙ୍କୁ ଦେଖା କରିବା ପାଇଁ ସେ ଆମେରିକା ଯାଉଛନ୍ତି ।
ପ୍ରକାଶ ଥାଉକି, ରଜନୀକାନ୍ତଙ୍କ ଜ୍ବାଇଁ ଧନୁଷ ତାଙ୍କ ପତ୍ନୀ ଓ ପିଲାଙ୍କ ସହିତ ଆମେରିକାରେ ଅଛନ୍ତି । ସେଠାରେ ଫିଲ୍ମ ପାଇଁ ସୁଟିଂ କରୁଛନ୍ତି । ମେଡିକାଲ ଯାଞ୍ଚ ସମୟରେ ରଜନୀକାନ୍ତ ତାଙ୍କ ଜ୍ବାଇଁଙ୍କ ସହ ରହିବେ ବୋଲି କୁହାଯାଉଛି । ଏହା ସହିତ ରଜନୀକାନ୍ତ ତାଙ୍କ ପରିବାରର କିଛି ସଦସ୍ୟଙ୍କୁ ନିଜ ସହ ଆମେରିକା ନେଇ ଯାଉଛନ୍ତି ।
Powered by Froala Editor