ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡଙ୍କୁ ଚିଠି ଲେଖିଲେ ୨୧ ଅବସରପ୍ରାପ୍ତ ବିଚାରପତି
ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଚାଲିଛି ଉଦ୍ୟମ। ଏହାକୁ ନେଇ ଚିନ୍ତା ପ୍ରକଟ କରି ଭାରତର ପ୍ରଧାନ ବିଚାରପତି ଡିଓ୍ୱାଇ ଚନ୍ଦ୍ରଚୂଡଙ୍କୁ ଚିଠି ଲେଖିଛନ୍ତି ହାଇକୋର୍ଟ ଓ ସୁପ୍ରିମକୋର୍ଟର ୨୧ ଅବସରପ୍ରାପ୍ତ ବିଚାରପତି। ଯେଉଁମାନେ ଏହି ଚିଠି ଲେଖିଛନ୍ତି ସେମାନଙ୍କ ମଧ୍ୟରେ ହାଇକୋର୍ଟର ୧୭ ଜଣ ପୂର୍ବତନ ବିଚାରପତି ଏବଂ ସୁପ୍ରିମକୋର୍ଟର ଚାରିଜଣ ପୂର୍ବତନ ବିଚାରପତି ଅଛନ୍ତି।
ଏହି ଚିଠିରେ ଅବସରପ୍ରାପ୍ତ ବିଚାରପତିମାନେ ଅଭିଯୋଗ କରିଛନ୍ତି ଯେ ନ୍ୟାୟପାଳିକାକୁ ଦୁର୍ବଳ କରିବା ପାଇଁ କିଛି ଲୋକ ଉଦ୍ୟମ କରୁଛନ୍ତି। କେତେକ ଗୋଷ୍ଠୀ ସୁଚିନ୍ତିତ ଚାପ ସୃଷ୍ଟି କରିବା, ଭୁଲ ତଥ୍ୟ ପ୍ରଚାର କରିବା ତଥା ଜନସାଧାରଣଙ୍କ ଭିତରେ ଭୁଲ୍ ଧାରଣା ସୃଷ୍ଟି କରିବା ଓ ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି। ଏହାକୁ ନେଇ ଆମେ ମିଳିତ ଭାବରେ ଚିନ୍ତା ପ୍ରକଟ କରୁଛି ବୋଲି ଅବସରପ୍ରାପ୍ତ ବିଚାରପତିମାନେ କହିଛନ୍ତି।
ପ୍ରକାଶ ଥାଉକି, ଅବସରପ୍ରାପ୍ତ ବିଚାରପତିମାନେ ଏହି ଘଟଣାଗୁଡ଼ିକ ବିଷୟରେ ସବିଶେଷ ତଥ୍ୟ ଦେଇନାହାଁନ୍ତି। ତେବେ ଦୁର୍ନୀତି ମାମଲାରେ ବିରୋଧୀ ଦଳର ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଶାସକ ଭାଜପା ଏବଂ ବିରୋଧୀ ଦଳ ମଧ୍ୟରେ ବାକ୍ଯୁଦ୍ଧ ଚାଲିଥିବା ବେଳେ ଏହି ଚିଠି ଲେଖାଯାଇଛି।
Powered by Froala Editor