ରାମାୟଣରେ ରାବଣ ହେବେନି ୟଶ

ବିଗ୍ ବଜେଟରେ ତିଆରି ହେଉଛି ଫିଲ୍ମ ‘ରାମାୟଣ’ । ଏହି ଫିଲ୍ମରେ ରାମ ଭୂମିକାରେ ନଜର ଆସିବେ ରଣବୀର କପୁର ଓ ସୀତା ଭୂମିକାରେ ଆସିବେ ସାଇ ପଲ୍ଲବୀ । ରାବଣ ପାଇଁ ସିଲେକ୍ଟ ହୋଇଥିଲେ ସାଉଥ ସୁପରଷ୍ଟାର ୟଶ । କିନ୍ତୁ ଶୁଣିବାକୁ ମିଳୁଛି ଯେ, ସେ କୁଆଡେ ରାବଣ ଚରିତ୍ର ପାଇଁ ମନା କରିଦେଇଛନ୍ତି । ଏହି ଚଳଚ୍ଚିତ୍ର ସହିତ ୟଶ କେବଳ ପ୍ରଡ୍ୟୁସର ଭାବରେ ଜଡିତ ଅଛନ୍ତି । ପ୍ରାୟ ୮୦ କୋଟି ଟଙ୍କା ନେବା ପରିବର୍ତ୍ତେ ସେ ଫିଲ୍ମକୁ ପ୍ରଡ୍ୟୁସ କରିବାକୁ ଚିନ୍ତା କରିଛନ୍ତି।
ରିପୋର୍ଟ ଅନୁଯାୟୀ, କୁମ୍ଭକର୍ଣ୍ଣ ଭୂମିକା ପାଇଁ ବବି ଦେଓଲଙ୍କ ସହ ସମ୍ପର୍କ କରାଯାଇଛି । ବିଜୟ ସେଥୁପତି ରାବଣର ସାନ ଭାଇ ବିଭିଷଣ ଭୂମିକାରେ ଅଭିନୟ କରିପାରନ୍ତି । ଲାରା ପ୍ରଭୁ ରାମଙ୍କ ସାବତ ମା କୈକେଇ ଭୂମିକାରେ ଅଭିନୟ କରୁଥିବାବେଳେ ଶିବାଙ୍କୁ ମନ୍ଥରା ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରଟି ଦିୱାଲୀ ୨୦୨୫ରେ ରିଲିଜ୍ ହୋଇପାରେ ।
Powered by Froala Editor