ପାଠ୍ୟପୁସ୍ତକରୁ ହଟିଲା ବାବ୍ରି ମସଜିଦ୍ ବିଧ୍ୱଂସ ଓ ଗୁଜୁରାଟ ଦଙ୍ଗା ବିଷୟ

ଚଳିତବର୍ଷ ପାଠ୍ୟପୁସ୍ତକରେ କିଛିଟା ପରିବର୍ତ୍ତନ କରିଛି ନ୍ୟାଶନାଲ କାଉନସିଲ ଅଫ ଏଜୁକେଶଡ଼ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ(ଏନ୍ସିଇଆର୍ଟି) । ପରିବର୍ତ୍ତନ ପାଠ୍ୟକ୍ରମ ଭିତରେ ବାବ୍ରି ମସଜିଦ୍ ଓ ଗୁଜୁରାଟ ରାମ ମନ୍ଦିର ଦଙ୍ଗା, ଆନ୍ଦୋଳନ ସମ୍ପର୍କିତ କିଛି ସମ୍ବେଦନଶୀଳ ବିଷୟ କାଟି ଦିଆଯାଇଛି ।
ରିପୋର୍ଟ ଅନୁସାରେ ଏନସିଇଆରଟି ଦ୍ୱାଦଶ ଶ୍ରେଣୀ ପଲିଟିକାଲ ସାଇନ୍ସ ନୂଆ ପୁସ୍ତକର ଅଷ୍ଟମ ଅଧ୍ୟାୟରେ ଏପରି ପରିବର୍ତ୍ତନ କରାଯାଇଛି। ପାଠ୍ୟକ୍ରମରେ ଗତବର୍ଷ ଘଟିଥିବା ସମ୍ବେଦନଶୀଳ ବିଷୟଗୁଡିକୁ ତା’ର ସିଲାବସ୍ରୁ ହଟାଇଦେଇଛି। ପିଲାଙ୍କ ପୁସ୍ତକରୁ ଅଯୋଧ୍ୟା ବାବ୍ରୀ ମସଜିଦି ବିଧ୍ୱଂସ ଓ ୨୦୦୨ ଗୁଜୁରାଟ ଦଙ୍ଗାର କେତେକ ଉଦାହରଣ ହଟାଇ ଦିଆଯାଇଛି।
ଏପରି ସବୁ ପରିବର୍ତ୍ତନର୍ତ୍ତକୁ ନେଇ ଏନସିଇଆରଟି କହିଛି, ଗତ କିଛି ବର୍ଷରେ ଦେଶର ରାଜନୀତିରେ ଗୁରୁତ୍ୱପୂର୍ତ୍ଣ୍ଣ ପରିବର୍ତ୍ତନ ହୋଇଛି। ଯେଉଁଥିପାଇଁ ସିଲାବସକୁ ଅପଡେଟ କରାଯାଇଛି।
Powered by Froala Editor