ବିଦ୍ରୋହୀଙ୍କୁ କିପରି ମ୍ୟାନେଜ କରି ନିର୍ବାଚନ ପାର କରାଯିବ ତାହା ଦଳକୁ ଜଣାଅଛି:ପଦ୍ମନାଭ ବେହେରା
ଭୁବନେଶ୍ୱର: ବିଜେଡିରେ ବିଦ୍ରୋହକୁ ନେଇ ବିଜେଡି ନେତା ପଦ୍ମନାଭ ବେହେରା ଗୁରୁବାର ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଦଳରେ ସବୁବେଳେ ବିଦ୍ରୋହୀ ଥାଆନ୍ତି, ଏଥର କିନ୍ତୁ ଅଧିକ ଅଛନ୍ତି । ବିଦ୍ରୋହୀଙ୍କୁ କିପରି ମ୍ୟାନେଜ କରି ନିର୍ବାଚନ ପାର କରାଯିବ ତାହା ଦଳକୁ ଜଣାଅଛି ।
ତେବେ ଗତଥର ଅପେକ୍ଷା ଦଳ ଅଧିକ ସିଟରେ ବିଜୟ ଲାଭ କରିବ ବୋଲି ଶ୍ରୀ ବେହେରା କରିଛନ୍ତି । ଅସନ୍ତୁଷ୍ଟ ହୋଇ ଅନେକ ଇସ୍ତଫା ଦେବେ ଏହା ଚିରାଚରିତ କଥା । ସେମାନେ ପୁଣି ଦଳକୁ ଫେରିବେ । କିଛି ଫରକ ପଡ଼ିବନି ବୋଲି ଶ୍ରୀ ବେହେରା କହିଛନ୍ତି ।
ପ୍ରକାଶ ଥାଉକି, ଲୋକସଭା ଓ ବିଧାନସଭା ଭୋଟକୁ ଆଉ ଦିନ କେଇଟା ଥିବାବେଳେ ରାଜ୍ୟରେ ଜୋର୍ ଧରିଛି ଦଳ ଡିଆଁ ପର୍ବ । ଟିକେଟ୍ କଟିବା ଆଶଙ୍କାରେ ବଡ ବଡ ନେତାମାନେ ନିଜ ଦଳ ଛାଡି ଅନ୍ୟ ଦଳକୁ ଡିଆଁ ମାରୁଛନ୍ତି ।
Powered by Froala Editor