ମୋଇତ୍ରାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ
ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ସାଂସଦ ମହୁଆ ମୋଇତ୍ରାଙ୍କ ବଢିବାରେ ଲାଗିଛି । ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡି ତାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ମାମଲାରେ ଲୋକପାଳଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତଦନ୍ତ ଆରମ୍ଭ କରିସାରିଛି।
ବୈଦେଶିକ ବିନିମୟ ପରିଚାଳନା ଆକ୍ଟ (FEMA) ମାମଲାରେ ଇଡି ସୋମବାର ମହୁଆଙ୍କୁ ପଚରାଉଚରା କରିବାର ଥିଲା। କିନ୍ତୁ ସେ ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ। ଓଲଟି ସେ ଏଜେନ୍ସିକୁ ଏକ ଚିଠି ଲେଖି ହାଜର ହେବା ପାଇଁ ତାଙ୍କୁ ୨୧ଦିନ ସମୟ ଦେବାକୁ କହିଥିଲେ। ତେବେ ମହୁଆଙ୍କୁ ସମୟ ଦେବାକୁ ଇଡି ମନା କରିଦେଇଥିଲା। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମୋଇତ୍ରାଙ୍କ ବିରୋଧରେ ଏକ ନୂଆ ସମନ ଜାରି କରି ତାଙ୍କୁ ୭ ଦିନ ପରେ ପଚରାଉଚରା ପାଇଁ ଡାକିଛି।
ସୂଚନାଯୋଗ୍ୟ ଯେ ଲୋକପାଲଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI) ଏହି ମାମଲାର ତଦନ୍ତ କରିସାରିଛି। ୬ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଲୋକପାଲ ସିବିଆଇକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
Powered by Froala Editor