ଯବାନଙ୍କ ଗୁଳିରେ ୪ ମାଓବାଦୀ ନିହିତ

ମାଲକାନଗିରି: ମାଲକାନଗିରି ସୀମାନ୍ତରେ ଯବାନଙ୍କ ଗୁଳିରେ ୪ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସୁକୁମା-ବିଜାପୁର ସୀମାବର୍ତ୍ତୀ ଗାଂଗାଲୁର ଜଂଗଲରେ ଏହି ଗୁଳି ବିନିମୟ ହୋଇଛି। ବିଜାପୁର ଜିଲ୍ଲାର ଗାଙ୍ଗଲୁର ଥାନା ଅଞ୍ଚଳରେ ପୁଲୁସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ। ଏହି ଗୁଳିବିନିମୟରେ ୪ ଜଣ ନକ୍ସଲ ମୃତ୍ୟୁବରଣ କରିଛନ୍ତି। ବିପୁଳ ପରିମାଣର ମାଓ ସାମଗ୍ରୀ ସହ ବନ୍ଧୁକ ଜବତ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ଗାଙ୍ଗଲୁର ଥାନା ଅଂଚଳର ଧାମି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଡ଼ିଆରଜି, ସିଆରପିଏଫ, କୋବ୍ରା, ବସ୍ତର ଫାଇଟର୍ସ, ବସ୍ତାରିୟା ବାଟାଲିୟନର ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରୁଥିବା ବେଳେ ନକ୍ସଲ ସହ ଗୁଳିବିନିମୟ ହୋଇଥିଲା। ଦୀର୍ଘ ସମୟ ଧରି ଗୁଳିବିନିମୟ ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ସର୍ଚିଂ ବେଳେ ୪ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯିବା ସହ ଏକେ-୪୭,ଏଲଏମଜି, ଅଟୋମେଟିକ ବନ୍ଧୁକ ସହ ମାଓ ସାମଗ୍ରୀ ଜବତ କରାଯାଇଛି।
Powered by Froala Editor