ରାସ୍ତାରେ କାର୍ ରଖି ରିଲ୍ସ କରୁଥିଲେ, ଦେଲେ ୩୬ ହଜାର ଜରିମାନା

ରିଲ୍ସ ନିଶା ଲୋକଙ୍କୁ ଏମିତି ଘାରିଛି ଯେ, ଟ୍ରେନ୍ ଟ୍ରାକ୍ ହେଉ କି ସାଧାରଣ ଟ୍ରାଫିକ୍ ସବୁଠି ଭିଡିଓ ଶୁଟ୍ ରେ ମାତିଛନ୍ତି । ଏମିତି ଜଣେ ଯୁବକ ରିଲ୍ସ କରିବାକୁ ଯାଇ ଫସିଛନ୍ତି । ସେ ଦିଲ୍ଲୀର ରାସ୍ତାରେ ଗାଡି ପାର୍କିଂ କରି ରିଲ୍ସ କରୁଥିବାବେଳେ ପୁଲିସ ଗିରଫ କରିବା ସହ ୩୬ ହଜାର ଜରିମାନା ପକାଇଛନ୍ତି । ଏଥିସହ ଷ୍ଟଣ୍ଟ ପାଇଁ ବ୍ୟବହାର ହେଉଥିବା କାରକୁ ମଧ୍ୟ ଜବତ କରିଛି ପୁଲିସ।
ଖବର ଅନୁସାରେ, ପ୍ରଦୀପ ଢାକା ନାମକ ଜଣେ ଯୁବକ ଦିଲ୍ଲୀର ବ୍ୟସ୍ତ ବହୁଳ ରାସ୍ତା ଉପରେ କାର୍ ପାର୍କିଂ କରି ଭିଡିଓ ଶୁଟ୍ କରିଥିଲେ। ଏଥିପାଇଁ ରାସ୍ତା ଉପରେ ଶହ ଶହ ଗାଡ଼ି ଅଟକି ରହିଥିଲା। ପ୍ରଦୀପ ନିଜ ଇନଷ୍ଟାଗ୍ରାମରେ ଏହି ସବୁ ଭିଡିଓ ପୋଷ୍ଟ କରିଥିଲେ। ସେ ଦିଲ୍ଲୀର ପଶ୍ଚିମ ବିହାରର ଫ୍ଲାଏ ଓଭରରେ କାର୍ ଅଟକାଇ ଶୁଟ୍ କରିଥିବା ଭିଡିଓକୁ ଅପଲୋଡ୍ କରିଥିଲେ। ତାଙ୍କ ଇନଷ୍ଟାଗ୍ରାମରେ କାର୍ ଡୋର୍ ଖୋଲା ରଖି ଡ୍ରାଇଭିଂ କରୁଥିବାର ଭିଡିଓ ମଧ୍ୟ ପୋଷ୍ଟ ହୋଇଥିଲା। କେବଳ ଏତିକି ନୁହେଁ, ରିଲ୍ସ ପାଇଁ ପ୍ରଦୀପ ପୁଲିସ ବ୍ୟାରିକେଡରେ ମଧ୍ୟ ନିଆଁ ଲଗାଇଥିଲେ।
ଏହି ସବୁ ଭିଡିଓର ସତ୍ୟାସତ୍ୟ ଯାଞ୍ଚ କରିବା ପରେ ପୁଲିସ ପ୍ରଦୀପଙ୍କୁ ଗିରଫ କରିଛି। ପୁଲିସ କହିଛି ଯେ, ପ୍ରଦୀପ ଢାକା ଷ୍ଟଣ୍ଟ ପାଇଁ ବ୍ୟବହାର କରୁଥିବା କାରଟି ତାଙ୍କ ମାଆଙ୍କ ନାମରେ ପଞ୍ଜିକୃତ ହୋଇଛି।
Powered by Froala Editor