ସ୍ୱାମୀଙ୍କ ହତ୍ୟା ପାଇଁ ପୁରସ୍କାର ଘୋଷଣା କଲା ସ୍ତ୍ରୀ, ହ୍ବାଟ୍ସଆପ୍ ଷ୍ଟାଟସ୍ରେ ଅଫର
କୌଣସି ଆତଙ୍କବାଦୀକୁ ଧରିବାକୁ ହେଉ କିମ୍ବା ଚୋର ସରକାର ପୁରସ୍କାର ଘୋଷଣା କରନ୍ତି । ହେଲେ ଏମିତି କେବେ ଶୁଣିଛନ୍ତି କି, ସ୍ୱାମୀକୁ ମାରିବା ପାଇଁ ସ୍ତ୍ରୀ ୫୦ ହଜାର ଟଙ୍କା ପୁରସ୍କାର ଘୋଷଣା କରିବା? ନା କେବେ ଶୁଣିନଥିବେ । ହେଲେ ଏମିକି କାଣ୍ଡ ଘଟାଇଛନ୍ତି ମଧ୍ୟପ୍ରଦେଶର ଭିନ୍ଦ ଜିଲାର ଜଣେ ମହିଳା ।
ଅଭିଯୋଗ ଅନୁଯାୟୀ ସ୍ବାମୀ ୨୦୨୨ ଜୁଲାଇ ୯ରେ ମଧ୍ୟପ୍ରଦେଶର ଭିନ୍ଦ ଜିଲାରେ ବିବାହ କରିଥିଲେ। ଉଭୟ ବିବାହ ପରେ ଆଗ୍ରା ବାହାରେ ରହୁଥିଲେ । କିନ୍ତୁ ବିବାହର ୫ ମାସ ଭିତରେ ସମ୍ପର୍କ ଏତେ ତିକ୍ତ ହୋଇଯାଇଥିଲା ଯେ, ସ୍ତ୍ରୀ ବାପଘରକୁ ଚାଲିଯାଇଥିଲେ । ଦମ୍ପତିଙ୍କ ମଧ୍ୟରେ ବିବାଦ ଏଭଳି ସ୍ତରକୁ ଖସିଯାଇଥିଲା କି ସ୍ତ୍ରୀ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ୫୦,୦୦୦ ଟଙ୍କା ପୁରସ୍କାର ଘୋଷଣା କରିଥିଲେ।
ସେ ନିଜର ହ୍ବାଟ୍ସଆପ୍ ଷ୍ଟାଟସ୍ରେ ଏହି ପୁରସ୍କାର ଅଫର ଦେଇଥିଲେ। ସ୍ବାମୀ ଜଣକ ସ୍ତ୍ରୀଙ୍କ ହ୍ବାଟ୍ସଆପ୍ ଷ୍ଟାଟସ୍ ପଢ଼ିବା ପରେ ଘଟଣା ସାମନାକୁ ଆସିଛି। ସ୍ତ୍ରୀଙ୍କ ନାଁରେ ସ୍ବାମୀ ଥାନାରେ ଏତଲା ଦେଇଛନ୍ତି। ସ୍ତ୍ରୀଙ୍କର ଜଣେ ବନ୍ଧୁ ପୂର୍ବରୁ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ମଧ୍ୟ ସ୍ବାମୀ ଏତଲାରେ ଦର୍ଶାଇଛନ୍ତି। ବାହ ପୋଲିସ ତଦନ୍ତ ଚଳାଇଛି।
Powered by Froala Editor