ତରଭୂଜ ନୁହେଁ ଅର୍ଫିନ ଓଭରଡୋଜରେ ୪ ଜଣଙ୍କ ମୃତ୍ୟୁ
ମୁମ୍ବାଇରେ ତରଭୁଜ ଖାଇ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟଣା ଭିନ୍ନ ମୋଡ ନେଇଛି । ଏହା କୌଣସି ଫୁଡ ପଏଜନ ପାଇଁ ନୁହେଁ ବରଂ ସୁଚିନ୍ତିତ ଷଡଯନ୍ତ୍ର ବୋଲି ପ୍ରମାଣ ମିଳିଛି । ଶବ ବ୍ୟବଚ୍ଛେଦ ପରେ ତଦନ୍ତରୁ ଖୁଲାସା କରିଛି ପୋଲିସ । ମୃତକଙ୍କ ମସ୍ତିଷ୍କ, ହୃଦୟ ଓ ଅନ୍ତଃନଳୀ ସବୁଜ ପଡିଯାଇଥିଲା । ଯାହା ବିଷ ଯୋଗୁଁ ଘଟିଥାଏ । ଏହାସହ ସେମାନଙ୍କ ଶରୀରରୁ ମର୍ଫିନ୍ ନାମକ ଶକ୍ତିଶାଳୀ ଔଷଧ ମିଳିଥିଲା। ଏହା ଏକ ଶକ୍ତିଶାଳୀ ପେନକିଲର ଅଟେ ଯାହାକି ସାଧାରଣତଃ ଡାକ୍ତରଙ୍କ ପରାମର୍ଶରେ ଗୁରୁତର ରୋଗୀଙ୍କୁ ଦିଆଯାଏ । ଏହାର ଓଭର ଡୋଜ୍ ଜୀବନ ନେଇପାରେ ।
ଗତ ୨୬ ତାରିଖ ରାତିରେ ଅବଦୁଲ୍ଲା ଅବଦୁଲ୍ କଦର୍, ତାଙ୍କର ପତ୍ନୀ ନସରିନ୍, ଦୁଇ ନାବାଳିକା ଝିଅ ମୁମ୍ବାଇର ଏକ ପାର୍ଟିରେ ବିରିୟାନୀ ଖାଇଥିଲେ । ଏହାପରେ ଘରକୁ ଆସି ରାତି ପ୍ରାୟ ଗୋଟାଏ ବେଳେ ଖାଇଥିଲେ ତରଭୁଜ । ହେଲେ ହଠାତ୍ ଭୋର ୫ଟାବେଳକୁ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା । ପରେ ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କ ପରେ ଜଣେ ପ୍ରାଣ ହରାଇଥିଲେ । ଯାହା ଫୁଡ୍ ପଏଜନିଂ ଭଳି ଲାଗିଥିଲା ।
ବିରିୟାନୀ ଖାଇବା ପରେ ତରଭୁଜ ଖାଇ ୪ ଜଣଙ୍କ ମୃତ୍ୟୁ ହେବା ଖବର ସାରା ଦେଶରେ ସୃଷ୍ଟି କରିଛି ହଇଚଇ । କିନ୍ତୁ ଏବେ ଘଟଣା ପଛର ଅସଲ କାରଣ ଆସିଛି ପଦାକୁ ।
Powered by Froala Editor