ନିଜକୁ ନ୍ୟାୟ ଦେଇପାରିଲେନି ଯୁବ ବିଚାରପତି, ପତ୍ନୀଙ୍କ ନିର୍ଯାତନାରେ ଝୁଲିପଡ଼ିଲେ
ଦିଲ୍ଲୀର ସଫଦରଜଙ୍ଗ ଅଞ୍ଚଳରେ ଜଣେ ୩୦ ବର୍ଷୀୟ ଯୁବ ବିଚାରପତି ଅମନ କୁମାର ଶର୍ମାଙ୍କ ମୃତଦେହ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇନଥିବା ବେଳେ ଏହା ଏକ ଆତ୍ମହତ୍ୟା ବୋଲି ପୋଲିସ ପ୍ରାଥମିକ ଭାବେ ସନ୍ଦେହ କରୁଛି। ଗାଧୁଆ ଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଯୁବ ଜଜ୍ କାହିଁକି ଏପରି ନିଷ୍ପତ୍ତି ନେଲେ ପ୍ରଶ୍ନ ଘେରରେ ରହିଥିବା ବେଳେ ତାଙ୍କ ପତ୍ନୀଙ୍କ ନାମ ପରିବାର ଲୋକ ଅଭିଯୋଗ ଅଣିଛନ୍ତି । ଅମନ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡ଼ା ଲାଗିରହିଥିଲା । ତେଣୁ ଅମନ ପତ୍ନୀଙ୍କ ବ୍ୟବହାର ସହନପାରି ଏପରି କରିଥିବା ଅଭିଯୋଗ କରିଛନ୍ତି ପରିବାର ।
ବିଚାରପତି ଅମନ କୁମାର ଶର୍ମାଙ୍କ ଜଣେ ସମ୍ପର୍କୀୟ କହିଛନ୍ତି ଯେ, ଅମନ ପୂର୍ବ ରାତି ପ୍ରାୟ ୧୦ଟାରେ ତାଙ୍କ ବାପାଙ୍କୁ ଫୋନ୍ କରି କହିଥିଲେ, "ମୁଁ ବହୁତ ଦୁଃଖିତ, ଜୀବନ କଷ୍ଟକର ହୋଇଗଲାଣି । " ଏହି ଫୋନ୍ ପାଇବା ପରେ, ଅମନଙ୍କ ବାପା ଅଲୱରରୁ ଦିଲ୍ଲୀରେ ପହଞ୍ଚିଲେ । ସେଠାରେ ସେ ତାଙ୍କ ପୁଅ ଏବଂ ବୋହୂଙ୍କୁ ଝଗଡ଼ା କରୁଥିବାର ଦେଖିଲେ । ଏହି ସମୟରେ, ବୋହୂ କହିଲେ, "ଏଠୁ ଚାଲିଯାଅ ନଚେତ୍ ସେ ପୁଲିସକୁ ଡାକିବେ । " ସକାଳେ ଉଭୟଙ୍କ ମଧ୍ୟରେ ପୁଣି ଝଗଡା ହୋଇଥିଲା । ତା'ପରେ ଯୁବ ବିଚାରପତି ଅମନ ନିଜକୁ ବାଥରୁମରେ ବନ୍ଦ କରି ଦେଇଥିଲେ । ପରେ, ତାଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ମିଳିଥିଲା ।
ପୁଲିସକୁ ଅମନଙ୍କ ସମ୍ପର୍କୀୟ ଦେଇଥିବା ବୟାନ ଅନୁଯାୟୀ, ଅମନ କହୁଥିଲେ ଯେ ସେ ଘରେ ଅତ୍ୟଧିକ ହସ୍ତକ୍ଷେପ କରୁଛନ୍ତି । ଆତ୍ମହତ୍ୟାର କିଛି ସମୟ ପୂର୍ବରୁ, ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ସ୍ତ୍ରୀ ଜୋରରେ ଚିତ୍କାର କରୁଥିଲେ, ଏବଂ ଅମନ ବହୁତ ଜୋରରେ କାନ୍ଦୁଥିଲେ ।
ପ୍ରାଥମିକ ଅନୁସନ୍ଧାନରୁ ଏହା ଆତ୍ମହତ୍ୟା ବୋଲି ପୁଲିସ ସନ୍ଦେହ କରୁଛି । ଅମନଙ୍କ ଘର ଗ୍ରୀନପାର୍କ ଅଞ୍ଚଳରେ । ସେ କଡକଡଡୁମା କୋର୍ଟରେ କାର୍ଯ୍ୟରତ ଥିଲେ । ୨୦୨୧ ଜୁନ ୧୯ରେ ସେ ଦିଲ୍ଲୀ ଜୁଡିସିଆଲ ସର୍ଭିସେସ୍ରେ ସାମିଲ ହୋଇଥିଲେ । ଖୁବ୍ କମ ଦିନରେ ସେ କିଛି ଫୌଜଦାରୀ ଓ ଦେୱାନି ମାମଲା ପରିଚାଳନା କରିଥିଲେ । ଭିନ୍ନ ଭିନ୍ନ ସ୍ଥାନରେ ସେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଓ ସିଭିଲ୍ ଜଜ୍ ଭାବେ କାର୍ଯ୍ୟ କରିଥିଲେ ।
Powered by Froala Editor