ଶରୀରରେ ଇନ୍ସୁଲିନ୍କୁ ନିୟନ୍ତ୍ରଣରେ ରଖେ ହଳଦୀ
ହଳଦୀରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ କୁର୍କୁମିନ୍ ନାମକ ଏକ ତତ୍ତ୍ୱ ରହିଛି, ଯାହା ଆମ ଶରୀର ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହି ତତ୍ତ୍ୱ ଶରୀରରେ ଥଣ୍ଡା କମାଇବାରେ କେତେକାଂଶରେ ସାହାଯ୍ୟ କରେ। ବିଶେଷଭାବରେ ଶରୀରରେ ଥଣ୍ଡା ସୃଷ୍ଟି କରୁଥିବା କୋଷଗୁଡ଼ିକୁ ଏହା ନଷ୍ଟ କରିଦିଏ, ଯାହା ଦ୍ୱାରା ଆମେ ଏଭଳି ସମସ୍ୟାରୁ କେତେକାଂଶରେ ଉପଶମ ଲାଭ କରିଥାଉ। ଉଷୁମ କ୍ଷୀର ସହ ହଳଦୀ, ଗୋଲମରିଚ, ଅଳେଇଚ ଆଦି ମିଶାଇ ପିଇପାରନ୍ତି। ସବୁଠାରୁ ଖାସ୍ କଥା ହେଲା ହଳଦୀ ଶରୀରରେ ଇନ୍ସୁଲିନ୍କୁ ନିୟନ୍ତ୍ରଣରେ ରଖେ। ହଳଦୀ ଖାଇବା ଦ୍ୱାରା ଏହା ଆମ ଶରୀରର ମାଂସପେଶୀ ଶକ୍ତ ରହିଥାଏ । ସ୍ମରଣ ଶକ୍ତିକୁ ବୃଦ୍ଧି କରିବାରେ ହଳଦୀ ମଧ୍ୟ ସାହାଯ୍ୟ କରେ।
Powered by Froala Editor