ପ୍ରସାର ଭାରତୀର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ପ୍ରସୂନ ଜୋଷୀ
ନୂଆଦିଲ୍ଲୀ: ବିଶିଷ୍ଟ ଗୀତିକାର ତଥା ଯୋଗାଯୋଗ ବିଶେଷଜ୍ଞ ପ୍ରସୂନ ଜୋଷୀଙ୍କୁ ପ୍ରସାର ଭାରତୀର ଅଧ୍ୟକ୍ଷ ଭାବେ ନିଯୁକ୍ତ ଦିଆଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର (ମେ ୨) ପ୍ରସୂନଙ୍କ ଏହି ନିଯୁକ୍ତି ବିଷୟରେ ଘୋଷଣା କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରସୂନ ଜୋଶୀ ପୂର୍ବରୁ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି)ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ସେ ମଧ୍ୟ ଜଣେ ଜଣାଶୁଣା କବି, ବିଜ୍ଞାପନ ଗୁରୁ ଏବଂ ସାହିତ୍ୟିକ। ପ୍ରସାର ଭାରତୀ ହେଉଛି ଭାରତର ସର୍ବବୃହତ୍ ସ୍ୱୟଂଶାସିତ ସାର୍ବଜନୀନ ପ୍ରସାରଣ ସଂସ୍ଥା, ଯାହା ଅଧୀନରେ ଦୂରଦର୍ଶନ (ଡିଡି) ଏବଂ ଆକାଶବାଣୀ (ଅଲ୍ ଇଣ୍ଡିଆ ରେଡିଓ) ପରିଚାଳିତ ହୋଇଥାଏ।
Powered by Froala Editor