କଲେଜ କ୍ୟାମ୍ପସରେ ଗୁଣ୍ଡୁଚି ଆତଙ୍କ, ୨୦ ଜଣଙ୍କୁ କାମୁଡ଼ିଲାଣି
ରାଜସ୍ଥାନର ଏକ ବିଶ୍ୱବିଦ୍ୟାଳୟରେ ଗୁଣ୍ଡୁଚିମୂଷା ଇତିମଧ୍ୟରେ ୨୦ ଜଣଙ୍କୁ କାମୁଡ଼ିଲାଣି। ସାଇକୋଲୋଜି ଡିପାର୍ଟମେଣ୍ଟ ନିକଟରେ ଗୁଣ୍ଡୁଚିମୂଷାଟି ବସା କରିଥିବାବେଳେ ସେହି ବାଟ ଦେଇ ଯାଉଥିବା ଲୋକଙ୍କୁ ଆକ୍ରମଣକାରୀ ସନ୍ଦେହ କରି ନିଜ ସୀମାକୁ ସୁରକ୍ଷା ଦେଉଛି। କ୍ୟାମ୍ପସ୍ରେ ଯାହା ଏକ କୌତୂହଳର ବିଷୟ ଥିଲା, ତାହା ଏବେ ସୁରକ୍ଷା ଚିନ୍ତାର କାରଣ ହୋଇଛି। ଏହାକୁ ନେଇ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରେ ଉତ୍ତେଜନାପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି।
ରାଜସ୍ଥାନ ଉଦୟପୁର ଡିଭିଜନରେ ସର୍ବବୃହତ୍ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ମେହାନଲାଲ୍ ସୁଖାଡିଆ ୟୁନିଭର୍ସିଟିରେ ଏକ ହିଂସ୍ର ଗୁଣ୍ଡୁଚିମୂଷା ଏଭଳି ଆତଙ୍କର ବାତାବରଣ ସୃଷ୍ଟି କରିଛି। ଗତ ୬ ସପ୍ତାହ ମଧ୍ୟରେ ଗୁଣ୍ଡୁଚିମୂଷା ୨୦ ଜଣ ଛାତ୍ରୀଛାତ୍ର ଓ କଲେଜ କର୍ମଚାରୀଙ୍କୁ କାମୁଡ଼ିଲାଣି। ଏପରିକି ଡିନ୍ଙ୍କୁ ମଧ୍ୟ ଗୁଣ୍ଡୁଚିମୂଷା ଛାଡ଼ିନାହିଁ। ସ୍ଥିତି ଏଭଳି ହୋଇଛି ଯେ, ଛାତ୍ରୀଛାତ୍ର ଓ ଅଧ୍ୟାପକ ସାଇକୋଲୋଜି ବିଭାଗ ଯିବାକୁ ଥିବା ରାସ୍ତାକୁ ବ୍ୟବହାର କରିବାକୁ ଚାହୁଁ ନାହାନ୍ତି। ଏହାକୁ ଧରିବା ପାଇଁ ପ୍ରାଣୀ ସହାୟତା ଉଦ୍ଧାରକାରୀ ଟିମ୍କୁ ୨ ଥର ଡକାଗଲାଣି।
Powered by Froala Editor