ଅଟଳ ସେତୁରୁ ଡେଇଁ ଡାକ୍ତରାଣୀ ନିଖୋଜ
![ଅଟଳ ସେତୁରୁ ଡେଇଁ ଡାକ୍ତରାଣୀ ନିଖୋଜ](https://odishanewslens.com/news_gallery/28837_1711052559.jpg)
ମୁମ୍ବାଇର ନୂତନ ଅଟଳ ସେତୁ ଉପରୁ ଡେଇଁ ଜଣେ ଡାକ୍ତରାଣୀ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଥିବା ମହିଳା ଡାକ୍ତରଜଣକ ହେଉଛନ୍ତି ୪୩ ବର୍ଷୀୟା କିଞ୍ଜଲ କାନ୍ତିଲାଲ ।
ଗତ ସୋମବାର କିଞ୍ଜଲ ଘର ନିକଟରୁ ଏକ ଟ୍ୟାକ୍ସିରେ ଚଢ଼ିଥିଲେ। ଅଟଳ ସେତୁ ନିକଟକୁ ଯିବାକୁ ସେ ଡ୍ରାଇଭରଙ୍କୁ କହିଥିଲେ। ସେତୁ ଉପରେ ଗାଡ଼ି ପହଞ୍ଚିବା ପରେ ତାହାକୁ ଅଟକାଇବାକୁ ଡ୍ରାଇଭରଙ୍କୁ ବାଧ୍ୟ କରିଥିଲେ କିଞ୍ଜଲ । ଅନିଚ୍ଛା ସତ୍ତ୍ୱେ ଗାଡ଼ି ଅଟକାଇଥିଲେ ଡ୍ରାଇଭର । ଏହାପରେ ସଙ୍ଗେସଙ୍ଗେ ସମୁଦ୍ରକୁ ଡେଇଁ ପଡ଼ିଥିଲେ କିଞ୍ଜଲ । ଡ୍ରାଇଭର ତୁରନ୍ତ ପୁଲିସ୍କୁ ସୂଚନା ଦେଇଥିଲେ। ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ ବି ୩ ଦିନ ହେଲାଣି କିଞ୍ଜଲଙ୍କ ପତ୍ତା ମିଳି ପାରୁନି।
ସୂଚନା ଅନୁଯାୟୀ, କିଞ୍ଜଲ କାନ୍ତିଲାଲ ଡାକ୍ତର ଭାବେ କାର୍ଯ୍ୟରତ ଥିବା ବେଳେ ମୁମ୍ବାଇରେ ନିଜ ପିତାଙ୍କ ସହ ରହୁଥିଲେ। ପ୍ରାୟ ୮ ବର୍ଷ ହେବ କିଞ୍ଜଲ ଅବସାଦଗ୍ରସ୍ତ ରହୁଥିଲେ। ଏଥିପାଇଁ ସେ ଚିକିତ୍ସିତ ବି ହେଉଥିଲେ। ତାଙ୍କ ଘରୁ ଏକ ସୁଇସାଇଡ ନୋଟ୍କୁ ପୁଲିସ୍ ଜବତ କରିଛି।
Powered by Froala Editor