ବଲିଉଡ ଇଣ୍ଡଷ୍ଟ୍ରିକୁ ବଡ ଉପହାର : ସରକାରୀ ଜମିରେ ମାଗଣାରେ ହେବ ସୁଟିଂ
ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ସରକାର ବଲିଉଡ ଇଣ୍ଡଷ୍ଟ୍ରିକୁ ବଡ ଉପହାର ଦେଇଛନ୍ତି। ଏଣିକି ସରକାରୀ ଜମିରେ କୌଣସି ଚଳଚ୍ଚିତ୍ର, ବିଜ୍ଞାପନ, ଡକ୍ୟୁମେଣ୍ଟାରୀ କିମ୍ବା ଧାରାବାହିକ ମାଗଣାରେ ଶୁଟିଂ କରାଯାଇପାରିବ।
ପ୍ରଡ୍ୟୁସର୍ସ ଗିଲ୍ଡ ଅଫ୍ ଇଣ୍ଡିଆର ସିଇଓ ନିତିନ ତେଜ ଆହୁଜା ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, ''ମହାରାଷ୍ଟ୍ର ସରକାରଙ୍କ ଏହି ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ଆମେ ସରକାରଙ୍କ ପକ୍ଷରୁ ଏହିପରି ଆହୁରି ନିର୍ମାତା ଅନୁକୂଳ ପଦକ୍ଷେପ ଆଶା କରୁଛୁ।'' ବିଜ୍ଞପ୍ତି ଅନୁଯାୟୀ, ସଂଗଠନଗୁଡିକୁ ଭଲ ସ୍ଥିତିରେ ଶୁଟିଂ ସ୍ଥାନ ପ୍ରଦାନ କରାଯିବ। ତେବେ ଏଥିପାଇଁ ସୁରକ୍ଷା ରାଶି ଜମା କରିବା ଆବଶ୍ୟକ ହେବ।
ସୂଚନା ଅନୁସାରେ, ବିଜ୍ଞାପନର ଶୁଟିଂ ପାଇଁ ୪୦ ହଜାର ଟଙ୍କା, ଧାରାବାହିକ ପାଇଁ ୧ ଲକ୍ଷ ଟଙ୍କା ଏବଂ ଚଳଚ୍ଚିତ୍ର ପାଇଁ ୨ ଲକ୍ଷ ୫୦ ହଜାର ଟଙ୍କା ସୁରକ୍ଷା ରାଶି ଜମା କରିବାକୁ ପଡ଼ିବ। ଏହା ବ୍ୟତୀତ ସରକାରୀ ସମ୍ପତ୍ତି ନଷ୍ଟ ହେଲେ ସମ୍ପୃକ୍ତ ସଂସ୍ଥାଠାରୁ କ୍ଷତିପୂରଣ ଆଦାୟ କରାଯିବ।
Powered by Froala Editor