ନିର୍ବାଚନ ପୂର୍ବରୁ ବଦଳିଲେ ପଶ୍ଚିମବଙ୍ଗ ଡିଜିପିଙ୍କ ସମେତ ୬ ରାଜ୍ୟର ଗୃହ ସଚିବ
ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଭଳି ୬ଟି ରାଜ୍ୟରେ ଗୃହ ସଚିବଙ୍କୁ ହଟାଇବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଥିସହ ପଶ୍ଚିମବଙ୍ଗ ଡିଜିପିଙ୍କୁ ମଧ୍ୟ ହଟାଇବାକୁ କୁହାଯାଇଛି। ସେହିପରି ମିଜୋରାମ ଓ ହିମାଚଳ ପ୍ରଦେଶରେ ସାଧାରଣ ପ୍ରଶାସନ ବିଭାଗର ସଚିବଙ୍କୁ ମଧ୍ୟ ହଟାଇ ଦିଆଯାଇଛି।
ନିର୍ବାଚନ ଆୟୋଗ ବୃହାନମୁମ୍ବାଇ ନଗର ନିଗମର କମିଶନର ଇକବାଲ ଚହଲ ଓ ଅତିରିକ୍ତ କମିଶନର ଏବଂ ଡେପୁଟି କମିଶନରଙ୍କୁ ମଧ୍ୟ ହଟାଇ ଦେଇଛନ୍ତି। ମୁକ୍ତ, ଅବଧା ଓ ନିରପେକ୍ଷ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଏଭଳି ପଦକ୍ଷେପ ନେଇଛନ୍ତି।
ଏହି ସାତଟି ରାଜ୍ୟରୁ ହଟାଇ ଦିଆଯାଇଥିବା ଅଧିକାରୀମାନେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଦାୟିତ୍ୱରେ ଥିଲେ, ଯେଉଁମାନେ ନିର୍ବାଚନ ପ୍ରକ୍ରିୟା ସମୟରେ ବିଶେଷକରି ଆଇନ ଶୃଙ୍ଖଳା ସୁରକ୍ଷା ବଳ ମୁତୟନରେ ଆବଶ୍ୟକ ନିରପେକ୍ଷତା ଅବଲମ୍ବନ କରିବା ନେଇ ସଂଦେହର ଅବକାଶ ଥିଲା ।
Powered by Froala Editor