ଚୋରି ଅଭିଯୋଗ ଲଗାଇ ବିବସ୍ତ୍ର କଲେ ଶିକ୍ଷୟିତ୍ରୀ, ଆତ୍ମହତ୍ୟା କରିଦେଲେ ଛାତ୍ରୀ

କର୍ଣ୍ଣାଟକର ଏକ ସରକାରୀ ବିଦ୍ୟାଳୟରେ ଜଣେ ୧୪ ବର୍ଷୀୟ ଛାତ୍ରୀ ଶିକ୍ଷୟିତ୍ରୀଙ୍କ ଅପମାନ ସହି ନପାରି ଆତ୍ମହତ୍ୟା କରିଛି । କର୍ଣ୍ଣାଟକ ବାଗାଲକୋଟ ସରକାରୀ ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ସାହିତ୍ୟ ଶିକ୍ଷୟିତ୍ରୀଙ୍କର ୨ହଜାର ଟଙ୍କା ଚୋରି ଅଭିଯୋଗରେ ସଂପୃକ୍ତ ଛାତ୍ରୀ ଓ ଅନ୍ୟ ୪ସାଙ୍ଗଙ୍କୁ ଡାକି ପଚରା ଉଚରା କରାଯାଇଥିଲା। ପ୍ରଧାନଶିକ୍ଷକଙ୍କ ସମେତ ଅନ୍ୟ ଶିକ୍ଷକମାନେ ସେମାନଙ୍କୁ ନିକଟସ୍ଥ ମନ୍ଦିରକୁ ନେବା ପୂର୍ବରୁ ବିବସ୍ତ୍ର କରାଇ ସର୍ଚ୍ଚ ବି କରିଥିଲେ। ମୃତକଙ୍କ ଭଉଣୀ ମଧ୍ୟ ସେହି ସ୍କୁଲରେ ପଢୁଥିଲେ। ଏହି ଘଟଣା ସଂପର୍କରେ ସେ ଘରେ ଜଣାଇଥିଲେ।
ମୃତ୍ୟୁ ପୂର୍ବରୁ ଛାତ୍ରୀ ଜଣକ ବାରମ୍ୱାର ଏହି ସମାନ କଥା ଚିନ୍ତା କରୁଥିଲେ । ଘର ଲୋକ ତାଙ୍କୁ ବହୁତ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ବାରମ୍ବାର ତାଙ୍କ ଅପମାନ କଥା ମନେ ପକାଇ ଚିନ୍ତାରେ ରହୁଥିଲେ । ମାନସିକ ଅବସାଦରେ ସେ ଆତ୍ମହତ୍ୟା କରିଦେଇଥିବା କଥା ପୁଲିସ କହିଛି । ପୁଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି।
Powered by Froala Editor