ତେଲେଙ୍ଗାନା ରାଜ୍ୟପାଳଙ୍କ ଇସ୍ତଫା

ହାଇଦ୍ରାବାଦ୍: ସୋମବାର ତେଲେଙ୍ଗାନାର ରାଜ୍ୟପାଳ ଏବଂ ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଛନ୍ତି ତାମିଲାଇସାଇ ସୌନ୍ଦରାଜନ୍।
ସେ ଦିଲ୍ଲୀରେ ଇସ୍ତଫା ଦେବା ସହ ସୋମବାର ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ପଠାଇଛନ୍ତି। ଏକ ବିବୃତ୍ତିରେ ତେଲେଙ୍ଗାନା ରାଜ ଭବନ ପକ୍ଷରୁ କୁହାଯାଇଛି, “ତେଲେଙ୍ଗାନାର ମାନ୍ୟବର ରାଜ୍ୟପାଳ ତଥା ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଡକ୍ଟର ଶ୍ରୀମତୀ ତାମିଲାଇସାଇ ସୌନ୍ଦରାଜନ୍ ତାଙ୍କର ଇସ୍ତଫା ପ୍ରଦାନ କରିଛନ୍ତି।’’
ସୂତ୍ରରୁ ପ୍ରକାଶ ଯେ ଲୋକସଭା ନିର୍ବାଚନ ପାଇଁ ବିଜେପିର ତୃତୀୟ ପ୍ରାର୍ଥୀ ତାଲିକାରେ ସୌନ୍ଦରାଜନ୍ ନାମିତ ହେବାର ସମ୍ଭାବନା ରହିଛି। ସେ ହୁଏତ ଉତ୍ତର ତାମିଲନାଡୁ, ପୁଡୁଚେରୀ କିମ୍ବା ଚେନ୍ନାଇ ଦକ୍ଷିଣ ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ।
Powered by Froala Editor