ମିଠା ବାକ୍ସରେ ଜୀବନ୍ତ ଗୁଳି

ଜଣେ ବ୍ୟବସାୟୀଙ୍କୁ ମିଠା ବାକ୍ସ ଭିତରେ ଜୀବନ୍ତ ଗୁଳି ଓ ଧମକପୂର୍ଣ୍ଣ ଚିଠି ମିଳିଛି । ରାଜଧାନୀ ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳରେ ରହୁଥିବା ଜଣେ ବ୍ୟବସାୟୀଙ୍କ ସହ ଏପରି ଘଟଣା ଘଟିଛି।
ଶୁକ୍ରବାର ବ୍ୟବସାୟୀଙ୍କ ଘର ବାହାରେ ମିଠା ବକ୍ସ ରଖାଯାଇଥିବାରୁ ବ୍ୟବସାୟୀ ଜଣଙ୍କ କେହି ଉପହାର ଦେଇଥିବା ଭାବିଥିଲେ। ହେଲେ ଖୋଲି ବେଳକୁ ମିଠା ସହ ୨ଟି ଜୀବନ୍ତ ଗୁଳି ଓ ହାତରେ ଲେଖାଯାଇଥିବା ଗୋଟିଏ ଧମକପୂର୍ଣ୍ଣ ଚିଠି ବକ୍ସ ମଧ୍ୟରୁ ମିଳିଥିଲା। ଚିଠିରେ ବ୍ୟବସାୟୀଙ୍କୁ ବ୍ୟକ୍ତିଗତ ସ୍ତରକୁ ଯାଇ ଆକ୍ଷେପ କରାଯାଇଛି। ତେଣୁ ଧମକ ପଛରେ କିଛି ବ୍ୟକ୍ତିଗତ ଶତ୍ରୁତା ଥିବା ଭଳି ମନେ ହେଉଛି।
ଏନେଇ ବ୍ୟବସାୟୀ ଜଣଙ୍କ ପୁଲିସ୍ରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବ୍ୟବସାୟୀଙ୍କ ଘର ବାହାରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ୍ କିଛି ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି।
Powered by Froala Editor