ପଦ୍ମ ଧରିଲେ ଅନୁରାଧା ପଡୱାଲ

ନୂଆଦିଲ୍ଲୀ: ପ୍ରସିଦ୍ଧ ଗାୟୀକା ଅନୁରାଧା ପଡୱାଲ ଆଜି ବିଜେପିରେ ଯୋଗ ଦେଇଛନ୍ତି । ବିଜେପି କାର୍ୟ୍ୟାଳୟରେ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି ।
ଆଜି ନିର୍ବାଚନ କମିଶନର ଆଗାମୀ ଲୋକସଭା ଓ ୪ ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବାକୁ ଯାଉଛନ୍ତି । ଠିକ୍ ଏହି ସମୟରେ ଅନୁରାଧା ବିଜେପିରେ ଯୋଗ ଦେଉଥିବାରୁ ତାଙ୍କୁ ବିଜେପି ଲୋକସଭା ପାଇଁ ପ୍ରାର୍ଥୀ କରିପାରେ ବୋଲି ଅନୁମାନ କରାଯାଉଛି ।ଅନୁରାଧା ପଡୱାଲ ଜଣେ ପସିଦ୍ଧ କଣ୍ଠଶିଳ୍ପୀ । ସେ ୯୦ ଦଶକରେ ଭଜନ ଗାଇ ବେଶ ଲୋକପ୍ରିୟ ହୋଇଥିଲେ । ଏବେ ସେ ୬୯ ବର୍ଷରେ ପଦାର୍ପଣ କରିଛନ୍ତି ।
Powered by Froala Editor