ରୁଷିଆରେ ସାଧାରଣ ନିର୍ବାଚନ ଆଜି

ମସ୍କୋ: ୟୁକ୍ରେନ ସହିତ ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ରୁଷିଆରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଆଜି ଅର୍ଥାତ୍ ଶୁକ୍ରବାର ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଭ୍ଲାଦିମିର ପୁଟିନ ପୁଣି ଥରେ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଛିଡା ହୋଇଛନ୍ତି। ପୁଟିନ ପଞ୍ଚମ ଥର କ୍ଷମତାକୁ ଫେରିବେ ବୋଲି ଆଶା କରାଯାଉଛି। ଏହା ନିଶ୍ଚିତ ଯେ ସେ ପଞ୍ଚମ ଥର କ୍ଷମତାକୁ ଆସିବେ।
ରୁଷିଆରେ ୧୫ ରୁ ୧୭ ମାର୍ଚ୍ଚ ପର୍ୟ୍ୟନ୍ତ ମତଦାନ ଅନୁଷ୍ଠିତ ହେବ । ତେବେ ୟୁକ୍ରେନର କିଛି ଅଂଶରେ ପ୍ରାରମ୍ଭିକ ଏବଂ ଡାକ ମତଦାନ ପୂର୍ବରୁ ଆରମ୍ଭ ହୋଇସାରିଛି। ଯଦି କୌଣସି ପ୍ରାର୍ଥୀ ଅଧାରୁ ଅଧିକ ଭୋଟ ପାଆନ୍ତି ନାହିଁ, ତେବେ ତିନି ସପ୍ତାହ ପରେ ଦ୍ୱିତୀୟ ପର୍ୟ୍ୟାୟ ଭୋଟ ଅନୁଷ୍ଠିତ ହେବ। ଯଦି ପୁଟିନ ପୁଣିଥରେ ରାଷ୍ଟ୍ରପତି ନିର୍ବାଚନରେ ଜିତନ୍ତି, ତେବେ ସେ ପ୍ରାୟ ୨୦୩୦ ପର୍ୟ୍ୟନ୍ତ କ୍ଷମତାରେ ରହିବେ।
Powered by Froala Editor