ଓଜନ ବଢାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ
ଆଜିକାଲି ପ୍ରତେକ ମଣିଷ ସୁସ୍ଥ,ସବଳ ରହିବାକୁ ପସନ୍ଦ କରୁଛନ୍ତି । ହେଲେ ଆଜିକାଲି ଅଧିକ ଲୋକ ନିଜ ମୋଟପଣକୁ ନେଇ ବେଶ ଚିନ୍ତାରେ ରହୁଥିବା ଦେଖିବାକୁ ମିଳେ । ଏଥିରୁ ରକ୍ଷା ପାଇବା ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ସହିତ, ବିଭିନ୍ନ ଘରୋଇ ଉପାୟ ମଧ୍ୟ ଆପଣାଇ ଥାଆନ୍ତି । ହେଲେ ଏମିତି ବି କିଛି ଲୋକ ଅଛନ୍ତି , ଯେଉଁମାନେ ନିଜର ପତଳାପଣକୁ ନେଇ ମଧ୍ୟ ବେଶ ଚିନ୍ତାରେ ରୁହନ୍ତି । ଅଧିକ ପତଳା ହୋଇଥିଲେ, ଏହାଦ୍ବାରା ବିଭିନ୍ନ ରୋଗ ମଧ୍ୟ ମାଡିବସେ । ଯାହା ସେମାନଙ୍କ ଚିନ୍ତାର କାରଣ ସାଜିଥାଏ । ଏହା ସହିତ ଏହି ସମସ୍ୟା ପାଇଁ କିଛି ସରଳ ଘରୋଇ ଉପଚାର ମଧ୍ୟ ରହିଛି । ଆସନ୍ତୁ ଜାଣିବା ସେ ସମ୍ପର୍କରେ ।
-ପାଚିଲା କଦଳୀ ଓଜନ ବଢାଇବାରେ ବେଶ ସହାୟକ ହୋଇଥାଏ । ଏଥିରେ ଫାଇବର, କାର୍ବୋହାଇଡ୍ରେଟ ର ଗୁଣ ରହିଥାଏ । ଏହା ପ୍ରତିଦିନ ନିଜ ଡାଏଟରେ ସାମିଲ କରିବା ଦ୍ବାରା, ଓଜନ ବୃଦ୍ଧି ହୋଇଥାଏ ।
-ଓଜନ ବଢାଇବାକୁ ଚାହୁଁଥିଲେ, ଏଥିପାଇଁ ପ୍ରତିଦିନ ଡାଏଟରେ ଘିଅ ସାମିଲ କରି ପାରିବେ । ଏଥିରେ ଅନେକ ପୋଷକ ତତ୍ବ ଭରି ରହିଥାଏ । ଯାହା ଓଜନ ବଢାଇବାରେ ସାହାଯ୍ୟ କରେ ।
-ଓଜନ ବଢାଇବାରେ ସାହାଯ୍ୟ କରେ ଆଳୁ । ଓଜନ ବୃଦ୍ଧି କରିବାକୁ ଚାହୁଁଥିଲେ, ଏଥିପାଇଁ ସବୁଦିନ ଆଳୁ ଖାଇବା ଆବଶ୍ୟକ । ଆଳୁରୁ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇ ପାରିବେ ।
-ଯଦି ଆମିଷ ଖାଇବାକୁ ପସନ୍ଦ କରୁ ଥାଆନ୍ତି , ତେବେ ଓଜନ ବଢାଇବା ପାଇଁ ପ୍ରତିଦିନ ଡାଏଟରେ ଚିକେନ ସାମିଲ କରି ପାରିବେ । ଏଥିରେ ଅଧିକ ଫ୍ୟାଟର ମାତ୍ରା ମିଳିଥାଏ । ଏଥିରେ ପ୍ରୋଟିନ ମଧ୍ୟ ଭରପୁର ରହିଥାଏ । ଏହା ନିତିଦିନ ଖାଇବା ଦ୍ବାରା, ଧିରେ ଧିରେ ଓଜନ ବଢିଥାଏ ।
-ଆଲମଣ୍ଡ ସ୍ବାସ୍ଥ୍ୟ ପାଇଁ ବହୁତ୍ ଉପକାରୀ । ପ୍ରତିଦିନ ଏହାକୁ ସେବନ କରିବା ଦ୍ବାରା, ଏହା ଧିରେଧିରେ ଓଜନ ବଢାଇଥାଏ ।
Powered by Froala Editor