୭୮ ବର୍ଷରେ ଚାଲିଗଲେ ପଲ୍ : ୬ ବର୍ଷରୁ ଲୁହା ବାକ୍ସରେ ବନ୍ଦ ଥିଲା ଶରୀର

ଆଲେକ୍ସଜାଣ୍ଡର ପୋଲିଓ ପଲ୍ ନାମରେ ପରିଚିତ ବ୍ୟକ୍ତିଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା । ତାଙ୍କ ଜୀବନ ଅତ୍ୟନ୍ତ ଯନ୍ତ୍ରଣା ଦାୟକ । ତେଣୁ ମୃତ୍ୟୁ ପରେ ତାଙ୍କ ଭାଇ ଫିଲିପ ଲୋକଙ୍କ ପାଇଁ ଏକ ବିଶେଷ ବାର୍ତ୍ତା ଲେଖିଛନ୍ତି । ସେ କହିଛନ୍ତି ଯେ ମୁଁ ସେହି ସମସ୍ତ ଲୋକଙ୍କ ପାଇଁ କୃତଜ୍ଞ ଯିଏ ମୋ ଭାଇର ଚିକିତ୍ସା ପାଇଁ ଅର୍ଥ ଦାନ କରିଛନ୍ତି ।
ପଲ୍ ଆଲେକ୍ସଜାଣ୍ଡର୍ ୧୯୪୬ରେ ଆମେରିକାରେ ଜନ୍ମଗ୍ରହଣ କରିଥିଲେ । ଯେତେବେଳେ ପଲ୍ ଜନ୍ମ ହୋଇଥିଲେ ସେତେବେଳେ ପୋଲିଓ ଆମେରିକାରେ ମହାମାରୀ ରୂପ ଧାରଣ କରିଥିଲା । ପଲ ମଧ୍ୟ ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ମାତ୍ର ୬ବର୍ଷ ବୟସରେ ପୋଲିଓରେ ପୀଡିତ ହୋଇଥିଲେ । ୧୯୫୨ ମସିହାରେ ତାଙ୍କ ବେକର ତଳ ଅଂଶ କାମ କରିବା ବନ୍ଦ କରିଦେଇଥିଲା । ଯାହା ଦ୍ୱାରା ସେ ନିଃଶ୍ୱାସ ନେବାରେ ମଧ୍ୟ ଅସମର୍ଥ ହୋଇଥିଲେ । ରୋଗ ଚିହ୍ନଟ ହେବା ପରେ ତାଙ୍କ ପିତାମାତା ତାଙ୍କୁ ଟେକ୍ସାସର ଏକ ଡାକ୍ତରଖାନାକୁ ନେଇଥିଲେ ।
ପଲ୍ଙ୍କ ଅବସ୍ଥା ଦେଖି ଡାକ୍ତରମାନେ ତାଙ୍କ ପାଇଁ ଲୁହା ଯନ୍ତ୍ରରୁ ନିର୍ମିତ ଫୁସଫୁସ ଉଦ୍ଭାବନ କରିଥିଲେ । ଏହି ମେସିନ ଯୋଗୁ ସେ ଅଧିକ ଦିନ ବଞ୍ଚିପାରିଥିଲେ । ମୃତ୍ୟୁ ପୂର୍ବରୁ ପଲଙ୍କ ଶରୀରର ସମସ୍ତ ଅଂଶ ମେସିନରେ ଥିବାବେଳେ ବାହାରେ କେବଳ ତାଙ୍କ ମୁହଁ ଦୃଶ୍ୟମାନ ହେଉଥିଲା । ପ୍ରାୟ ୭୦ରୁ ଅଧିକ ବର୍ଷ ହେଲା ସେ ଲୁହା ବାକ୍ସ ଭିତରେ ବନ୍ଦ ରହିଥିଲେ । ତେଣୁ ତାଙ୍କୁ ‘ଆଇରନ ଲଙ୍ଗ ମ୍ୟାନ’ ମଧ୍ୟ କୁହାଯାଉଥିଲା ।
Powered by Froala Editor