ଛଟେଇ କରିବ ପେଟିଏମ୍

ଭାରତୀୟ ରିଜର୍ଭ ବ୍ୟାଙ୍କ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ କଟକଣା ଜାରି କରିବା ପରେ କମ୍ପାନି ପାଇଁ ସମୟ ଏବେ ଭଲ ନାହିଁ । ଏଭଳି କ୍ଷେତ୍ରରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କରୁ ଅନେକ କର୍ମଚାରୀଙ୍କ ଛଟେଇ କରାଯାଇପାରେ ।
ପେଟିଏମର ପ୍ୟାରେଣ୍ଟ କମ୍ପାନୀ ଓ୍ବନ୯୭ କମ୍ୟୁନିକେସନ ନିଜ ବାର୍ଷିକ ଆଧାରରେ ହେଉଥିବା କାର୍ଯ୍ୟ ପ୍ରଦର୍ଶନ ସମୀକ୍ଷା କରିବାକୁ ପ୍ରସ୍ତୁତ ହେଉଛି । ନିକଟରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ କଡା କାର୍ଯ୍ୟାନୁଷ୍ଠାନ ନେଇଛି । ତେବେ ଏହି ଛଟେଇରେ କେତେ ଲୋକଙ୍କ ଚାକିରି ଯିବ ସେନେଇ କିଛି ସୂଚନା ମିଳିନି । କିନ୍ତୁ କିଛି ବିଭାଗକୁ ୨୦ ପ୍ରତିଶତ ପର୍ଯ୍ୟନ୍ତ କମ୍ କରିବା ପାଇଁ କୁହାଯାଇଛି ।
୨୦୨୩ ଡିସେମ୍ବର ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ କମ୍ପାନୀର ଏହି ୟୁନିଟରେ ପ୍ରାୟ ୨୭୭୫ ଜଣ କର୍ମଚାରୀ କାମ କରୁଛନ୍ତି। ସେହି ଅନୁଯାୟୀ ଏହି ଛଟେଇର ପ୍ରଭାବ ୫୫୩ ଜଣଙ୍କ ଚାକିରି ଉପରେ ପଡ଼ିବ।
Powered by Froala Editor