୨ ଟଙ୍କା କମିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍

ନିର୍ବାଚନ ପୂର୍ବରୁ ପେଟ୍ରୋଲ ଓ ଡିଜେଲ ଦାମ୍ ହ୍ରାସ କରିଛନ୍ତି ସରକାର । ଲିଟର ପିଛା ୨ ଟଙ୍କା ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ସାମାଜିକ ଗଣମାଧ୍ୟମ କ୍ଷେତ୍ର ଏକ୍ସରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ । ୧୫ ମାର୍ଚ୍ଚ ସକାଳ ୬ଟାରୁ ଏହି ନୂଆ ଦାମ୍ ଲାଗୁ ହେବ ।
ଦର ବୃଦ୍ଧି ସମ୍ପର୍କରେ ସୂଚନା ଦେଇ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, ୨୦୧୪ ମାର୍ଚ୍ଚ ୧୪ରେ ପେଟ୍ରୋଲ ଦର ଭାରତରେ ହାରାହାରି ୯୪ ଟଙ୍କା ରହିଛି। କିନ୍ତୁ ଇଟାଲୀରେ ଏହା ୧୬୮.୦୧, ଫ୍ରାନ୍ସରେ ୧୬୬.୮୭ , ଜର୍ମାନୀରେ ୧୫୯.୫୭ ଓ ସ୍ପେନରେ ୧୪୫.୧୩ ଟଙ୍କା ରହିଛି।
ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ଯୋଗୁ ଖାଉଟିଙ୍କ ଖର୍ଚ୍ଚକୁ ହ୍ରାସ କରିବ। ସେହିପରି ଡିଜେଲରେ ଚାଲୁଥିବା ୫୮ ଲକ୍ଷ ପରିବହନ ଗାଡ଼ିର ଭଡ଼ା ଦାମ କମିବ।
Powered by Froala Editor