ଭୟଙ୍କର ଅଗ୍ନିକାଣ୍ଡ, ୪ ମୃତ

ନୂଆଦିଲ୍ଲୀ : ଦିଲ୍ଲୀ ସ୍ଥିତ ଶାହଦରାର ଶାସ୍ତ୍ରୀନଗର ଅଞ୍ଚଳରେ ଗୁରୁବାର ଏକ ଅଟ୍ଟାଳିକାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଅଣନିଶ୍ୱାସୀ ହୋଇ ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଓ ଏକ ଦମ୍ପତି ରହିଛନ୍ତି।
ଭୋର ପ୍ରାୟ ୫ଟା୨୦ରେ ଶାହଦରାର ଶାସ୍ତ୍ରୀନଗର ଅଞ୍ଚଳରେ ଭୀଷଣ ଅଗ୍ନିକାଣ୍ଡ ଘଟି ଥିବା ନେଇ ଖବର ମିଳିଥିଲା। ଖବର ପାଇବା ମାତ୍ରେ ଦିଲ୍ଲୀର ଦମକଳ କର୍ମଚାରୀ ଓ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ପୁଲିସ ଟିମ୍, ୪ଟି ଦମକଳ ଗାଡି, ଆମ୍ବୁଲାନ୍ସ ତୁରନ୍ତ ପହଞ୍ଚିଥିଲେ। ଦମକଳ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ ଘଟିଥିବା ଅଟ୍ଟାଳିକା ୪ ମହଲା ବିଶିଷ୍ଟ। ଭୂତଳ ଅଞ୍ଚଳରେ ପାର୍କିଂ ସ୍ଥାନ ମଧ୍ୟ ଥିଲା। ନିଆଁ ପାର୍କିଂ ସ୍ଥାନରୁ ଆରମ୍ଭ ହୋଇ ଧୂଆଁ ୪ ମହଲା ପର୍ୟ୍ୟନ୍ତ ବ୍ୟାପି ଯାଇଥିଲା। ଅଗ୍ନିଶମ କର୍ମଚାରୀ ପହଞ୍ଚି ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ। ପ୍ରତ୍ୟେକ ମହଲାରେ ଭଲ ଭାବେ ଯାଞ୍ଚ କରାଯାଉଛି। ତଦନ୍ତ ପରେ ନିଆଁ ଲାଗିବାର କାରଣ ଜଣାପଡିବ। ଘଟଣାରେ ଆହତ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Powered by Froala Editor