ଫାର୍ମା କମ୍ପାନୀଙ୍କୁ ତାଗିଦ୍ : ଡାକ୍ତରଙ୍କୁ ଦେବେନି ଗିଫ୍ଟ କି ବିଦେଶ ଭ୍ରମଣ ଅଫର

ଫାର୍ମା କମ୍ପାନୀ ଓ ମେଡିସିନ୍ ରିପ୍ରେଜେଣ୍ଟିଭଙ୍କ ପାଇଁ କଡ଼ା ନିର୍ଦ୍ଦେଶାବଳୀ ଆଣିଛନ୍ତି କେନ୍ଦ୍ର ସରକାର । ମେଡିସିନ୍ ରିପ୍ରେଜେଣ୍ଟେଟିଭଙ୍କ ସହ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଏଜେଣ୍ଟ, ଡିଷ୍ଟ୍ରିବ୍ୟୁଟର, ହୋଲସେଲର ଏବଂ ରିଟେଲରଙ୍କ ପାଇଁ ମଧ୍ୟ ନିୟମ କଡାକଡି ହୋଇଛି । ୟୁନିଫର୍ମ କୋଡ୍ ଫର୍ ଫାର୍ମାସ୍ୟୁଟିକାଲ୍ସ ମାର୍କେଟିଂ ପ୍ରାକ୍ଟିସେସ୍ -୨୦୨୪ରେ ଏହା ସ୍ପଷ୍ଟ କରାଯାଇଛି।
ନିର୍ଦ୍ଦେଶାବଳୀ ଅନୁଯାୟୀ, ନିଜ କମ୍ପାନୀ ଔଷଧ ବିକ୍ରି ପାଇଁ ଫାର୍ମା କମ୍ପାନୀ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଗିଫ୍ଟ କିମ୍ବା ଦେଇପାରିବେ ନାହିଁ। ଏପରିକି ବିଦେଶ ଭ୍ରମଣର ଲୋଭନୀୟ ଅଫର ବି ଦେଖାଇପାରିବେ ନାହିଁ। ଫାର୍ମା କମ୍ପାନୀମାନେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ କର୍ମୀଙ୍କୁ ମନଇଛା ସାମ୍ପଲ ମେଡିସିନ୍ ବି ଦେଇପାରିବେନି। ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ନଗଦ ଟଙ୍କା ଏବଂ ଗିଫ୍ଟ ଆକାରରେ ବି ଟଙ୍କା ପ୍ରଦାନ କରିବାକୁ ଫାର୍ମା କମ୍ପାନୀମାନଙ୍କୁ କଡ଼ାକଡ଼ି ବାରଣ କରାଯାଇଛି।
Powered by Froala Editor