୮୭ ବର୍ଷୀୟ ଶ୍ୱଶୂରକୁ ପିଟାମରା କରି ଜେଲ୍ କଲେ ମହିଳା ଅଧିକାରୀ

ଜଣେ ଉଚ୍ଚ ପଦସ୍ଥ ମହିଳା ଅଧିକାରୀ ୮୭ ବର୍ଷୀୟ ବୃଦ୍ଧ ଶ୍ୱଶୂରଙ୍କୁ ନିର୍ଯାତନା ଦେଇ ଗିରଫ ହୋଇଛନ୍ତି । ଅଧିକାରୀଙ୍କ ସ୍ୱାମୀ ବିଦେଶରେ ରହୁଥିବାବେଳେ ଶ୍ୱଶୁର ବୋହୂଙ୍କ ପାଖରେ ରହୁଥିଲେ । କିନ୍ତୁ ଅଧିକାରୀ ଶ୍ୱଶୂରଙ୍କୁ ପିଟାମରା କରୁଥିଲେ । ବାରମ୍ବାର ଏଭଳି ନିର୍ଯାତନା ଦେଉଥିବାରୁ ବୃଦ୍ଧଙ୍କ ଝିଅ ଥାନାରେ ଏତଲା ଦେଇଥିଲେ । ଘରେ ଲାଗିଥିବା ସିସିଟିଭି ଆଧାରରେ ମହିଳା ଅଧିକାରୀଙ୍କୁ ଜେଲ୍ ହୋଇଛି । ଅଧିକାରୀ ଜଣକ ହେଲେ କର୍ଣ୍ଣାଟକ ବିଦ୍ୟୁତ ବିଭାଗର ଶମାଶଙ୍କରୀ ।
କର୍ଣ୍ଣାଟକ ବିଦ୍ୟୁତ ବୋର୍ଡରେ ଅଧିକାରୀ ଥିବା ଉମାଶଙ୍କରୀ ଏକ ବଙ୍କୁଲୀବାଡିରେ ଶ୍ୱଶୂର ପଦ୍ମନାଭ ସୁବର୍ଣ୍ଣଙ୍କୁ ନିସ୍ତୁକ ମାଡ ମାରିଥିଲେ । କୌଣସି କଥା ନେଇ ଦୁଇ ଜଣଙ୍କର ଯୁକ୍ତିତର୍କ ହେବାପରେ ଉମାଶଙ୍କରୀ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ । ଶ୍ୱଶୂର ତାଙ୍କୁ ହାତ ଯୋଡୁଥିବା ବେଳେ ସେ ମାଡ ମାରି ଠେଲି ତଳେ ପକାଇ ଦେଇଥିଲେ । ଏହାପରେ ସେ ପୁଣି ତାଙ୍କୁ ମାଡ ମାରିବା ପାଇଁ ଉଦ୍ୟମ କରିଥିଲେ ।
ଏହି ସବୁର ଘଟଣା ସିସିଟିଭିରେ ରେକର୍ଡ ହୋଇଥିଲା । ପଦ୍ମନାଭଙ୍କ ଝିଅ ଏ ନେଇ ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ପୁଲିସ ଉମା ଶଙ୍କରୀଙ୍କୁ ଗିରଫ କରିବା ସହ ଜେଲ୍ ପଠାଇ ଦେଇଛି ।
Powered by Froala Editor