ମୁଖ୍ୟମନ୍ତ୍ରୀଙ୍କ କାରକେଡ ଧକ୍କାରେ ଆଇପିଏସ୍ ଅଧିକାରୀ ଗୁରୁତର

ତେଲେଙ୍ଗାନାର ଭଦ୍ରାଦ୍ରି କୋଠାଗୁଡେମ ଜିଲ୍ଲାରେ ଆଇପିଏସ୍ ଅଧିକାରୀଙ୍କୁ ଧକ୍କା ଦେଇଛି ମୁଖ୍ୟମନ୍ତ୍ରୀଙ୍କ କାରକେଡ। ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡିଙ୍କ ସହର ଗସ୍ତ ସମୟରେ ଏହି ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ଆଇପିଏମସ୍ ଅଧିକାରୀଙ୍କର ସର୍ଜରୀ ହୋଇଥିବା ଜଣାପଡିଛି। ଗୁରୁତର ହୋଇଥିବା ଆଇପିଏସ୍ ଅଧିକାରୀ ଜଣକ ହେଲେ ପରିତୋଷ ପଙ୍କଜ। ସେ ଭଦ୍ରାଞ୍ଚଳମର ଏଏସ୍ପି ଭାବେ କାର୍ଯରତ ଅଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ କାରକେଡ ସହର ମଧ୍ୟ ଦେଇ ଯାଉଥିବା ବେଳେ ପରିତୋଷ ପଙ୍କଜ ଡ୍ୟୁଟିରେ ମୁତୟନ ଥିଲେ। ସେହି ସମୟରେ ହଠାତ୍ ମୁଖ୍ୟମନ୍ତ୍ରୀଙ୍କ କାରକେଡର ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। କାର୍ଟି ଏତେ ଜୋରରେ ଧକ୍କା ଦେଇଥିଲା ଯେ ଆଇପିଏସ୍ ଅଧିକାରୀ ପଙ୍କଜ ତଳେ ପଡ଼ି ଯାଇଥିଲେ। ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପଙ୍କଜଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପାଇଁ ହାଇଦ୍ରାବାଦକୁ ନିଆଯାଇଥିଲା ।
Powered by Froala Editor